ବାଲି ନଥାଇ ଘାଟ ନିଲାମ ; ଗତି ପଥ ପରିବର୍ତ୍ତନ କରିବ କି ନାଗାବଳୀ

ରାୟଗଡା : ଘାଟରେ ବାଲିନାହିଁ । ମାତ୍ର ନିଲାମ କରାଯାଇଛି ବାଲିଶଯ୍ୟା । ନଦୀ ଗର୍ଭକୁ ଖୋଳି ବାଲି ଉଠାଇନେଉଛନ୍ତି ବାଲି ଚାଲାଣକାରୀ । ଦିନରାତି ଲୁଟିନେଉଛନ୍ତି ଏହି ଲଘୁ ଖଣିଜ ସମ୍ପଦ । ଫଳରେ ନାଗାବଳୀ ନଦୀର ଗତିପଥରେ ପରିବର୍ତ୍ତନର ଆଶଙ୍କା ଦେଖାଦେଇଥିବା ବେଳେ ନିର୍ମାଣାଧୀନ ପୋଲ ପ୍ରତି ବିପଦ ମାଡି ଆସୁଛି ।
ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରେ ନଦୀବାଲି ଏବେ ଅମୁଲମୂଲ । ନଦୀପାର୍ଶରେ ଥିବା ବାଲୁକା ଶଯ୍ୟାକୁ ସାଧାରଣତଃ ନିଲାମ କରାଯାଇଥାଏ । କିନ୍ତୁ ରାୟଗଡ ଜିଲ୍ଲା ନାଗାବଳୀ କୂଳ ଖିଲିମିସିଗୁଡା ଠାରେ ବାଲିଶଯ୍ୟା ହିଁ ନାହିଁ । କିନ୍ତୁ ଏହି ଘାଟକୁ ୫ବର୍ଷ ପାଇଁ ନିଲାମ ଦିଆଯାଇଛି । ୪୨ଜହାର ୮୭୩ କ୍ୟୁବିକ ମିଟର ବାଲି ନଦୀଶଯ୍ୟାରୁ ନେବାପାଇଁ ୱାଇଫର୍ମ ପ୍ରଦାନ କରିଛି ରାୟଗଡା ରାଜସ୍ୱ ବିଭାଗ । ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ନାଗାବଳୀ ନଦୀ ଗର୍ଭକୁ ଦଳିମକଚି ଦେଉଛି । ଆଉ ହିଟାଚି ଜରି÷ଆରେ ବାଲିକୁ ଟ୍ରାକ୍ଟରରେ ଉଠାଇ ଗୋଟିଏ ସ୍ଥାନରେ ଗଚ୍ଛିତ କରିବା ପରେ ବଡ ବଡ ଟ୍ରକ ଓ ହାଇୱାରେ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଛନ୍ତି ମାଫିଆ । ବିଡମ୍ବନାର କଥା ନଦୀପାଶ୍ୱର୍ରେ ଥିବା ଗାଙ୍ଗାନାପେଟା ବିଦ୍ୟାଳୟକୁ ମାଫିଆମାନେ ଆଡ୍ଡା କରିନେଇଛନ୍ତି । ବିଦ୍ୟାଳୟର ଗୋଟିଏ କୋଠାରୀକୁ ଶୟନକକ୍ଷ କରିଦେଇଥିବା ବେଳେ ଅନ୍ୟ କୋଠରୀକୁ କାର୍ଯ୍ୟାଳୟ କରିନେଇଛନ୍ତି । କେବଳ ଖିଲିମିସିଗୁଡା ନୁହେଁ । ହଂସା ବାଲିଘାଟରେ ମଧ୍ୟ ଅନିୟମିତତା ଲାଗିରହିଛି ।
କୌଣସି ଅଭିଯୋଗର ଯାଞ୍ଚ କରିବାକୁ ଯିବାପାଇଁ ତହସିଲଦାର ମଧ୍ୟ ବିପଦ ମଣୁଛନ୍ତି । ଆଉ ସୁରକ୍ଷା ପାଇଁ ଜିଲାପାଳଙ୍କ ଜରିଆରେ ନିଜେ ତହସିଲଦାର ଏସପିଙ୍କୁ ଚିଠି ଲେଖିଛନ୍ତି । ଘାଟ ଉପରେ ତୀକ୍ଷଣ ନଜର ରଖିବାକୁ ଚିଠିରେ ଏସପିଙ୍କୁ ଅନୁରୋଧ କରାଯାଇଛି । କିଛି ସଚେତନ ନାଗରିକ ଜିପିଏସ ଲୋକେସନର ଫୋଟ ରାଜସ୍ୱ ବିଭାଗକୁ ଦେବାପରେ ବିଭାରଗ ତତ୍ପରତା ଦେଖାଇଛି । ଘଟଣାସ୍ଥାଳକୁ ଯାଇ ଯାଞ୍ଚ କରିବା ପରିବର୍ତ୍ତେ ଫଟୋକୁ ଆଧାର କରି ଘାଟର ଅନୁମତିକୁ କାହିଁକି ରଦ୍ଦ କରିଦିଆନଯିବ ବୋଲି କାରଣ ଦର୍ଶାଅ ନୋଟିସ ଜାରିଛନ୍ତି ତହସିଲଦାର । ଦୂରଦୃଷ୍ଟି ଅଭାବରୁ ଏବେ ନେହିଗୁଡ଼ କହୁଣୀକୁ ବୋହିଗଲା ପରେ ରାଜସ୍ୱ ବିଭାଗର ଚେତା ପଶିଛି ।

You May Also Like

More From Author

+ There are no comments

Add yours