ଠୁ ମଚ୍ ୱାର୍କ

ମୋଦିଜୀ, ପାଠପଢା ବହୁତ ହୋଇଯାଉଛି । ଏ ହେଉଛି କାଶ୍ମିରୀର ଜଣେ ୬ବର୍ଷର ଝିଅର ହୃଦୟର କଥା । ଝିଅଟି ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଠପଢାର ବୋଝ ସମ୍ପର୍କରେ ଅଭିଯୋଗ କରିଛି । କରୋନା କାଳରେ ସ୍କୁଲ ଖୋଲୁନଥିବାରୁ ଅନଲାଇନରେ କ୍ଲାସ ହେଉଛି । ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ କ୍ଲାସ ହେଉଛି । ଛୋଟ ପିଲାଙ୍କ ପାଇଁ ଦୀର୍ଘ ସମୟ ନିରବଚ୍ଛିନ୍ନ ପାଠପଢା ଠୁ ମଚ୍ ବୋଲି ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଭିଡିଓରେ ଅଭିଯୋଗ କରିଛି । କୁନି ଝିଅଟିର ଭିଡିଓ କାଶ୍ମିରୀର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅଟି ଭିଡିଓ ମାଧ୍ୟମରେ ଅଭିଯୋଗ ଜାଣିବା ପରେ ଜାମ୍ମୁ-କାଶ୍ମିରୀ ଲେଫନାଣ୍ଡ ଗଭର୍ଣ୍ଣର ମନୋଜ ସିହ୍ନା ରାଜ୍ୟ ସ୍କୁଲ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଛୋଟ ପିଲାଙ୍କ ହୋମୱାର୍କ ୪୮ଘଣ୍ଟା ଭିତରେ ହ୍ରାସ କରିବା ଲାଗି ଲେଡଫନାଣ୍ଟ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ବାଲ୍ୟଚପଳତା ଭଗବାନଙ୍କ ଦାନ । କୁନି କୁନି ପିଲାମାନେ ହସଖୁସିରେ ପାଠପଢିବା କଥା, ଚାପରେ ନୁହେଁ । ଶୁଣନ୍ତୁ ପିଲାଟି ପ୍ରଧାନମନ୍ତ୍ରୀଙ୍କୁ କ’ଣ ଅଭିଯୋଗ କରିଛି ।

You May Also Like

More From Author

+ There are no comments

Add yours