ନୀଳ ଆକାଶରେ ବାହାଘର

ମଦୁରାଇ : କରୋନା କାଳରେ ଆକାଶରେ ବାହାଘର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏହା ସତ । ଉଡନ୍ତା ବିମାନରେ ହୋଇଛି ବାହାଘର । ତାମିଲନାଡୁର ମଦୁରାଇରେ ହୋଇଛି ଏହି ନିଆରା ବାହାଘର । ଦେଖନ୍ତୁ ଏହି ବାହାଘରର ଦୃଶ୍ୟ । ବିମାନ ଭିତରେ କିପରି ଚାଳିଛି ବାହାଘର । କରୋନା ନିୟମ ଉଲ୍ଲଘଂନ କରି ଚାଲିଛି ବାହାଘର । ଯୋଗଦେଇଛନ୍ତି ଅନେକ ଲୋକ । କାହାମୁହଁରେ ମାକ୍ସ ନାହିଁ । ସମସ୍ତେ ଭୁଲିଯାଇଛନ୍ତି ସାମାଜିକ ଦୂରତାକୁ । ଏବେ ଆସିବା ପୂରା ପ୍ରସଙ୍ଗକୁ । କରୋନା କଟକଣା ଭିତରେ ବାହାଘର ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ମାତ୍ର ମଦୁରାଇର ଦୁଇ ପରିବାର କରୋନା କଟକଣାରୁ ଉଦ୍ଧ୍ୱର୍ରେ ରହି ବାହାଘର ପାଇଁ ନିଷ୍ପତ୍ତି ନେଇଥିଲେ । କନ୍ୟାଘର ଓ ବରଘରର ଲୋକମାନେ ମିଳିତ ହୋଇ ସ୍ପାଇସ୍ ଜେଟର ଏକ ଚାଟାର୍ଡ ବିମାନକୁ ଗୋଟିଏ ଦିନ ପାଇଁ ଭଡ଼ାରେ ନେଇଥିଲେ । ମଦୁରାଇ ବିମାନବନ୍ଦର କର୍ତ୍ତୃପକ୍ଷ ଜାଣି ନଥିଲେ ବାହାଘର ପାଇଁ ବିମାନ ଭଡ଼ା କରାଯାଇଛି । ବର ଓ କନ୍ୟା ପକ୍ଷର ଲୋକମାନେ ଚାଟାର୍ଡରେ ବସିବା ପରେ ଭଡାଣ ଭରିଥିଲା । ଆଉ ଆକାଶରେ ହୋଇଥିଲା ବାହାଘର ।

You May Also Like

More From Author

+ There are no comments

Add yours