Thu. Oct 15th, 2026

ଭତାଝର -ଧୂରୁଆପଡା ସଡକ କାମ ଅତି ନିମ୍ନ ମାନର
ସପ୍ତାହେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଲାଣି,ରାସ୍ତା ଉପରେ ଘାସ
,ସାଂସଦ ବିଧାୟକ ନିରବ କାହିଁକି ?
ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଲକର ଭତା୍ଝର ଠାରୁ ଧୁରୁଆପଡା ରାସ୍ତାକୁ SR ଫଣ୍ଡ ରେ ସଡକ ଯୋଜନା ରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକା ସଡକ ନିର୍ମାଣ କରାଗଲା । ଗ୍ରାମାଂଚଳରେ ଗମନା ଗମନ ବ୍ୟବସ୍ଥା କୁ ସୁଗମ କରିବାକୁ ହୋଇଛି ଏହି ସଡକ ଯୋଜନା । ଏଥି ନିମନ୍ତେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଂଟ ଯୋଗୁଁ ଏହି ଯୋଜନା ବିଫଳ ହେବାକୁ ବସିଛି । ଚନ୍ଦାହାଣ୍ଡି ବ୍ଲକରେ ହୋଇଥିବା ଭତାଝର -ଧୂରୁଆପଡା 6.450 କି.ମି. ନିମନ୍ତେ ପ୍ରଥମ ପର୍ଯ୍ୟାୟ ରେ ଏକ କୋଟି ଅଠାବନ ଲକ୍ଷ ଟଙ୍କା କେବଳ ମେଟାଲ ମୋରୁମ ପାଇଁ ବ୍ୟୟ କରାଯାଇଛି । ଏହି କାମ ନାନୁ ଅଗ୍ରଓାଲ ଙ୍କ ନାମରେ ଏଗ୍ରିମେଂଟ ହୋଇଥିବା ବେଳେ ଏହି କାମକୁ ପେଟି କଂଟ୍ରାକ୍ଟର ତଦାରଖ କରିଥିଲେ । ପ୍ରକାଶ ଥାଉକି ଉକ୍ତ ରାସ୍ତାରେ ନିମ୍ନ ମାନର ଓଭର ସାଇଜର ମେଟାଲ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ରେ ଠିକାଦାର ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉକ୍ତ ରାସ୍ତା ଉପରେ ଦୁଇ କିଲୋମିଟର ପଚାଶ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରେ ପିଚୁ କରାଯାଇଛି I ଉକ୍ତ କାର୍ଯ୍ୟ ନୂଆପଡା ଜିଲ୍ଲାର ଜଣେ ଠିକାଦାର ଙ୍କ ନାମରେ ଥିବାବେଳେ ସେହି କାର୍ଯ୍ୟକୁ ଚନ୍ଦାହାଣ୍ଡି ର ଜଣେ ପେଠି କଣ୍ଟ୍ରାକ୍ଟର ପ୍ରଦୀପ ସାମନ୍ତରାୟ ଙ୍କ ଦ୍ୱାରା ନିର୍ମାଣ କରାଯାଇଛି I ଉକ୍ତ ରାସ୍ତା ଏତେ ନିମ୍ନ ମାନର କରାଯାଇଛି ଯେ ତାହା ହାତରେ ଘଷି ଦେଲେ ପିଚୁ ଛାଡିଯାଉଛି I ସପ୍ତାହେ ନ ପୂରୁଣୁ ରାସ୍ତା ଘାସ ହେବାସହ ରାସ୍ତା ଖରାପ ହୋଇଗଲାଣି I ପିଚୁ ହେବା ପୂର୍ବରୁ ପ୍ରତି ଏକ କିଲୋମିଟର ଟ୍ରାକକୋଟ ରେ ସାତ ଡ୍ରମ ଆମ୍ଲୋସିନ ଅଏଲ ପକାଇବା ନିୟମ ଥିବା ବେଳେ ଉକ୍ତ ରାସ୍ତା ରେ ମାତ୍ର ଏକ ଡ୍ରମ ଆମ୍ଲୋସିନ ଅଏଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଶନିବାର ଉକ୍ତ ରାସ୍ତା ପରିଦର୍ଶନ ରେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ ଯାଇଥିଲେ l ସେ ନିଜେ ରାସ୍ତାର ଅବସ୍ଥା ଦେଖି କ୍ଷୋଭ ପ୍ରକାଶ ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତୋନୀ କିଷାନ ଙ୍କୁ ରାସ୍ତା ସମ୍ପର୍କ ରେ ପଚାରି ବୁଝି ତୁରନ୍ତ ମରାମତି କରିବାକୁ ତାଗିଦ କରିଥିଲେ l ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉକ୍ତ ରାସ୍ତା ଖରାପ ହୋଇଥିବା ସ୍ୱୀକାର କରି ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l କଳାହାଣ୍ଡି ଜିଲ୍ଲାର ଏହି ରାସ୍ତା କାମ କରୁଥିବା ଠିକାଦାର ମାନଙ୍କ ହାତବାରିସି ସାଜିଛନ୍ତି ବିଭାଗୀୟ ଅଧିକାରୀ l ଚନ୍ଦାହାଣ୍ଡି ବ୍ଲକ ରେ ବିଭିନ୍ନ ନିର୍ମାଣ କାମରେ ଦୁର୍ନୀତି ର ସୀମା ଟପି ଯାଇଥିବା ବେଳେ ଏଠି ଲୋକପ୍ରତିନିଧି ମାନେ ହାତ ବାନ୍ଧି ବସିଛନ୍ତି l

ଅନ୍ୟପକ୍ଷରେ ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରକାଶ ମାଝୀଙ୍କ ନିଜ ବ୍ଲକ ହେବା ସହ ନିଜେ ଜିଲ୍ଲା ଭିଜିଲାନ୍ସ ମନିଟରିଙ୍ଗ କମିଟିର  ଥାଇ, ଏହି ନିମ୍ନ ମାନ କାମର ଭିଜିଲାନ୍ସ ତଦନ୍ତ ନକରାଇବା ତାଙ୍କ ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନିମ୍ନ ମାନର ରାସ୍ତା କାମର ଭିଡ଼ିଓ ସୋସିଆଲ ମିଡିଆରେରେ ଭାଇରଲ ହେବା ପରେ କିଛି ଶାସକ ଦଳ ସପକ୍ଷରେ ଥିବା ଠିକାଦାର ଆମର ଶାସନ ଚାଲିଛି ଆମେ ଯାହା ଇଛା ତାହା କରିବୁ ବୋଲି ମତାମତ ଦେଉଛନ୍ତି । ତେବେ ଜନସାଧାରଣ ଏହାକୁ ତୀବ୍ର ବିରୋଧ କରିବା ସହ ବ୍ଲକର ବିଭିନ୍ନ କାର୍ଯ୍ୟର ରାଜ୍ୟ ଭିଜଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି ।
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡ଼ିଆ 

Leave a Reply

Your email address will not be published. Required fields are marked *