Thu. Oct 15th, 2026

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠାତ୍ରୀ ଦେବୀ l ମା ଖମ୍ବେଶ୍ବରୀ ଙ୍କ ମଣ୍ଡେଇ ଯାତ୍ରା ଉପଲକ୍ଷେ ଆଜି ଦେବୀ ଙ୍କ ପୀଠସ୍ଥଳୀ ମୋତିଗାଁ ଠାରେ l ଦେବୀ ଙ୍କ ପୂଜା ପାଠ ସମୟ ରେ ଶିରା, ପୂଜାରୀ, ଏବଂ ରଇତ ମାନଙ୍କୁ ମହୁମାଛି ଆକ୍ରମଣ କରିବା ଫଳରେ 10 ରୁ ଉର୍ଦ୍ଧ ରଇତ ଆହତ ହେବା ସହ ମାଁ ଖମ୍ବେଶ୍ବରୀ ଙ୍କ ପୀଠ ରେ ବଳିଦାନ ଏବଂ ପୂଜା ପାଠ କିଛି ସମୟ ପାଇଁ ଅଟକି ରହିଥିଲା l ଦେବୀ ଙ୍କ ପୀଠ ରେ ମହୁମାଛି ଶିରା, ପୂଜାରୀ, ଏବଂ ରଇତ ଙ୍କୁ ଆକ୍ରମଣ କରି ଥିବା ନେଇ l ଏଠାରେ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର ର ମତ ଦେଇ ଛନ୍ତି l କିଛି ଲୋକ ଦେବୀ ଙ୍କ କୋପ କହୁଥିବା ବେଳେ ଦେବୀ ଙ୍କ ପୀଠ ରେ ନିଆଁ ଲଗାଇ ବା ଦ୍ୱାରା ଧୂଆଁ ବାହାରି ମହୁମାଛି ଲୋକଙ୍କୁ ଆକ୍ରମଣ କରିଛି ବୋଲି ମତବ୍ୟକ୍ତ କରିଛନ୍ତି l ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି l

ସୂଚନା ମୁତାବକ ପାନାବେଡା ଅଧିଷ୍ଟାତ୍ରୀ ଦେବୀ ମାଁ ଖମ୍ବେଶ୍ବରୀ ଙ୍କ ଆସନ୍ତା 7 ତାରିଖ ରବିବାର ମଣ୍ଡେଇ ଯାତ୍ରା ପାଇଁ l ଆଜି ଦେବୀ ଙ୍କ ପୀଠ ମୋତିଗାଁ ଠାରେ ଫୁଣ୍ଡେଳପଡା, ଫଳସାପଡା, ଏବଂ ମୋତିଗାଁ ଶିରା, ପୂଜାରୀ, ରଇତ ଙ୍କ ସମେତ ମାନସିକ ଧାରୀ ସ ର୍ଦ୍ଧାଲୁ ମାନେ ମାଁ ଙ୍କ ପୀଠରେ ମେଣ୍ଢା, ବୋଦା, କୁକୁଡ଼ା, ଏବଂ ପାରା, ବଳିଦାନ ଦେବା ପାଇଁ l ଲାଠି ବିମାନ, ଏବଂ ପାରମ୍ପରିକ ବାଦ୍ୟ ସହ ଉପସ୍ଥିତ ହୋଇଥିଲେ l ଦେବୀ ଙ୍କ ପୂଜକ ଚୈନସିଂ ପୂଜାରୀ ଦେବୀ ଙ୍କୁ ଆବାହନ କରିବା ସମୟ ରେ ଦେବୀ ଙ୍କ ପୀଠ ରେ ଥିବା ମହୁ ମାଛି ହଟାତ ଆକ୍ରମଣ କରିବା ଫଳ ରେ ଦେବୀ ଙ୍କ ଲାଠି, ବିମାନ, ବୋଦା କୁକୁଡ଼ା, କୁ ଛାଡି ଶ୍ରଦ୍ଧଲୁ ମାନେ ମାଁ ଙ୍କ ପୀଠ ରୁ ଛତ୍ର ଭଙ୍ଗ ଦେଇ ଥିଲେ l ମହୁମାଛି ଆକ୍ରମଣ ରେ ଫାଲସପଡା, ମା ଭଣ୍ଡାରୁଣୀ ପୂଜକ ଏବଂ 10 ରୁ ଉର୍ଦ୍ଧ ରିଇତ ସାମାନ୍ୟ ଆହତ ହୋଇଥିବା l ପୂଜା କମିଟି ପକ୍ଷରୁ ସୂଚନା ଦିଆ ଯାଇଛି l 2 ଘଣ୍ଟା ପରେ ମହୁ ମାଛି ର ପ୍ରକୋପ କମିବା ପରେ ମା ଙ୍କ ପୀଠ 100 ରୁ ଉର୍ଦ୍ଧ ବୋଦା କୁକୁଡ଼ା ବଳି ରେ ରକ୍ତ ରଞ୍ଜିତ ହୋଇ ଉଠି ଥିଲା l ଚଳିତ ବର୍ଷ ଭଲ ବର୍ଷା ହେବା ସହ ଭଲ ଫସଲ ଦେବା ଏବଂ ରୋଗବ୍ୟାଧି ରୁ ରକ୍ଷା କରିବା ପାଇଁ ମାଙ୍କ ପାଖରେ ରଇତ ମାନେ ଗୁହାରି କରିଥିଲେ l ଆସନ୍ତା କାଳି ମଣ୍ଡେଇ ବଜାର ବସିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷ ରୁ ସୂଚନା ଦିଆ ଯାଇଛି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରାଙ୍କ ରିପୋର୍ଟ,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *