ନୂଆଦିଲ୍ଲୀ : ମହାକାଶରୁ ଆସିବ ଲଙ୍କା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍ରେ ୪୮ ହାଚ୍ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ପଠାଯାଇଥିଲା । ସ୍ପେସ୍ଏକ୍ସ କାର୍ଗୋ ପ୍ଲେନ୍ରେ ତାହା ଜୁନ୍ ୫ ତାରିଖରେ ବାହ୍ୟ କକ୍ଷପଥରେ ପହଞ୍ଚିଥିଲା । ପ୍ରାୟ ମାସକ ପରେ ନାଲି ଓ କଞ୍ଚା ଲଙ୍କା ଚାରା ବଢ଼ିବା ଆରମ୍ଭ କଲା । ମହାକାଶକୁ ଯାଇଥିବା ଏହି ଲଙ୍କାର ନାଁ ‘ଏସ୍ପାନୋଲା ଇମ୍ପ୍ରୁଭ୍ଡ ନୁମେକ୍ସ । ଏହାକୁ କଞ୍ଚାବେଳେ ଖିଆଯାଏ । ପାଚିଲେ ଅର୍ଥାତ ଲାଲ୍ ପଡ଼ିଗଲେ, ଗୁଣ୍ଡ କରି ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ର ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ଏହି ଲଙ୍କା ଗଛ ବଢୁଛି । ଆଉ ଦୁଇ ମାସରେ ମହାକାଶଚାରୀମାନେ କଞ୍ଚା ଓ ନାଲି ଲଙ୍କାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବେ । ଏହି ଲଙ୍କା ଗଛ ‘ଆଡ୍ଭାନ୍ସଡ ପ୍ଲାଣ୍ଟ ହାବିଟାଟ୍ ନାମକ ଡିଭାଇସ୍ରେ ବଢୁଛି । ଏପିଏଚ୍ ଅନ୍ୟତମ ୩ୟ ଚାରା ବୃଦ୍ଧିକାରୀ ବଖରା, ଯାହା ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ପ୍ରୟୋଗ କରେ । ୧୮୦ରୁ ଅଧିକ ସେନ୍ସରଯୁକ୍ତ ଏହି ଡିଭାଇସ୍ ଆର୍ଦ୍ରତା ସ୍ତର, ଅଙ୍ଗାରକାମ୍ଳ ସ୍ତର, ତାପମାତ୍ରା, ଆଲୋକ ଆଦିକୁ ନିୟନ୍ତ୍ରିତ କରେ, ଯାହା ଫଳରେ ଚାରାଗୁଡ଼ିକ ପୃଥିବୀର ପରିବେଶ ଭଳି ବଢ଼ିପାରିବ ।ବର୍ତ୍ତମାନ ମହାକାଶଚାରୀ ଶେନ୍ କିମ୍ବ୍ରୋଗ୍ ଏହି ପରୀକ୍ଷଣର ତଦାରଖ କରୁଛନ୍ତି । ପୂର୍ବରୁ ସେ ଏଭଳି ଅନେକ ପରୀକ୍ଷଣର ଅଂଶ ରହିଛନ୍ତି । ୨୦୧୬ରେ ସେ ମହାକାଶ ଷ୍ଟେସନ୍ରେ ରେଡ୍ ରୋମେନ୍ ଲେଟ୍ୟୁସ୍ର ନମୁନା ଚାଷ କରିଥିଲେ । ସେ ମଧ୍ୟ ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣ ଆରମ୍ଭ କରିଥିଲେ । ତେବେ ସଦ୍ୟ ପରୀକ୍ଷଣର ଫଳ ଶେନ୍ ଦେଖିପାରିବେ ନାହିଁ । କାରଣ ଲଙ୍କା ଫଳିବା ବେଳକୁ ସେ ପୃଥିବୀକୁ ଫେରିଆସିଥିବେ ।
You May Also Like
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours