Thu. Oct 15th, 2026

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ଲଖିମିପୁର ଖେରିରେ ଏକ ବିରଳ ପ୍ରଜାତିର ସାପ ଧରାପଡିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ମୈଲାନି ପୋଲିସ ଦୁର୍ଲଭ ପ୍ରଜାତିର ଦୁଇମୁଣ୍ଡିଆ ସାପ ସହ ଚାରିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ ଅଢେଇ କୋଟି ଟଙ୍କା ବୋଲି କୁହାଯାଉଛି। ପୋଲିସ ଇନ୍ସପେକ୍ଟର ଚନ୍ଦ୍ରଭନ୍ ଯାଦବ କହିଛନ୍ତି ସଂସାରପୁର ଥାନା ପ୍ରଭାରୀ ସତୀଶ ଚନ୍ଦ୍ର ଯାଦବଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ଟିମ ଗୋଲା-ଖୁଟର ରାସ୍ତା କାକୋରୀ ତିରାହ ଠାରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଲାଲାପୁର ଗାଁର ଚାରିଜଣ ସନ୍ଦିଗ୍ଧଙ୍କୁ ଧରି ଖୋଜାଖୋଜି କରାଯାଇଥିଲା। ସେମାନେ କେଉଁଆଡେ ଯିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ। ଅନୁସନ୍ଧାନ ସମୟରେ ସେମାନଙ୍କ ପାଖରୁ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *