ରିସର୍ଚ୍ଚ ଆସିଲା ତଥ୍ୟ, ଡିପ୍ରେସନର ଔଷଧ ଆତ୍ମହତ୍ୟାର କାରଣ ହୋଇପାରେ…

ଶବ୍ଦ ଓଡିଶା ବ୍ୟୁରୋ: ଡିପ୍ରେସନରୁ ସୁସ୍ଥ ହେବା ପାଇଁ ନିଆଯାଉଥିବା ଆଣ୍ଟି ଡିପ୍ରେସେଣ୍ଟ ନେଉଥିଲେ ହୋଇଯାଆନ୍ତୁ ସତର୍କ । ନୂଆ ରିସର୍ଚ୍ଚରୁ ବ୍ରିଟିଶ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ ଏହି ଔଷଧ ନେବା ଦ୍ୱାରା ଆତ୍ମହତ୍ୟାର ସମ୍ଭାବନା ବଢିଯାଉଛି । ୮ ହଜାର ଏହିଭଳି ରୋଗୀଙ୍କ ଡାଟାକୁ ପୁଙ୍ଖାନୁପଙ୍ଖ ଅନୁଧ୍ୟାନ କରିବା ପରେ ଏହି ଭଳି ତଥ୍ୟ ସାମ୍ନାକୁ ଆସିଛି । ଇଷ୍ଟ ଲଣ୍ଡନ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ କହିବା କଥା ଯେ, ମାନସିକ ରୋଗୀଙ୍କ ମଧ୍ୟରେ ଆଣ୍ଟି ଡିପ୍ରେସେଣ୍ଟ ଆତ୍ମହତ୍ୟାର କାରଣ ହୋଇପାରେ।
ରୋଗୀଙ୍କ ଉପରେ ଆଣ୍ଟି ଡିପ୍ରେସେଣ୍ଟର ପ୍ରଭାବକୁ ବୁଝିବା ପାଇଁ ଇଷ୍ଟ ଲଣ୍ଡନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗତ ୨୦ ବର୍ଷରେ ୮ ହଜାର ମାମଲା ଉପରେ ଅଧ୍ୟୟନ କରିବା ପରେ ସଫଳତା ପାଇଛନ୍ତି । ଜାଣନ୍ତୁ ରିସର୍ତ୍ତରୁ ସାମ୍ନାକୁ ଆସିଥିବା ଏହି ତଥ୍ୟ ସବୁ ।
ଗବେଷକ ଡା ରିଡଙ୍କ କହିବା କଥା ଯେ ରିସର୍ଚ୍ଚ ବେଳେ ଏହି ଦେଖିବାକୁ ମିଳିଥିଲା ଯେ ଡିପ୍ରେସନର ଚିକିତ୍ସା ପାଇଁ ନିଆଯାଉଥିବା ଔଷଧ ବ୍ରିଟେନରେ ହଜାର ହଜାର ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା । ପ୍ରତ୍ୟେକ ଆଠ ଜଣଙ୍କ ମଧ୍ୟରୁ ଜଣେ ଅତ୍ୟଧିକ ଔଷଧ ସେବନ କରୁଛନ୍ତି । ଏହା ନିଜକୁ ମାରିବାର କାମ କରୁଛି ।
ଡା ରିଡ ନିଜର ଟିମର ସଦସ୍ୟଙ୍କ ସହ ୨୦୦୩ରୁ ୨୦୨୦ ମଧ୍ୟରେ ୮ ହଜାର ଏହିଭଳି ମାମଲା ଉପରେ ରିସର୍ଚ୍ଚ କରିଥିଲେ । ଏହିମାନଙ୍କ ମଧ୍ୟରୁ ଯେଉଁମାନଙ୍କ ମୃତ୍ୟୁ ଔଷଧ କାରଣରୁ ହୋଇଥିଲା ସେମାନଙ୍କ ଉପରେ ଗବେଷଣା କରାଯାଇଥିଲା । ଏହି ତଥ୍ୟ ଆଣ୍ଟିଡେପ ଅବେୟର ୱେବସାଇଟରୁ ଜଣାପଡିଛି । ଏହି ସାଇଟ ଏହିଭଳି ଏକ ସାଇଟ ଯାହା ଔଷଧ କାରଣରୁ ହେଉଥିବା ମୃତ୍ୟୁ ଉପରେ ନଜର ରଖିଥିଲା ।
ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ୮ ହଜାରରୁ ୨୭୧୮ ମାମଲା ଏହିଭଳି ଥିଲା ଯେଉଁଥିରେ ଅନେକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହା ମଧ୍ୟରୁ ୨୨୩୯ ଜଣ ଅତ୍ୟଧିକ ଔଷଧ ସେବନ କରୁଥିଲେ । ସେହିଭଳି ୯୩୩ଟି ମାମଲା ଏହିଭଳି ଥିଲା ଯେଉଁଥିରେ ରୋଗୀ ବିନା ପରାମର୍ଶରେ ଆଣ୍ଟି ଡିପ୍ରେସେଣ୍ଟ ନେଉଥିଲେ । ୫୫୨ଟି ମୃତ୍ୟୁ ଟ୍ରେନ, ବସ କିମ୍ବା ଅନ୍ୟ ବାହନରେ ହୋଇଥିବା ଦୁର୍ଘଟଣାରେ ହୋଇଥିଲା । ୯୭୯ ଜଣ ମୃତ୍ୟୁ ପାଇଁ କୌଣସି ସ୍ଥାନରୁ ଡେଇଁପଡିଥିବା ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡିଛି ଯେ ଅଲଗା ଅଲଗା ପ୍ରକାରରେ ୩୫୪୩ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଣ୍ଟି ଡିପ୍ରେସେଣ୍ଟଔଷଧ ଲୋକଙ୍କ ମନକୁ ପରିବର୍ତ୍ତନ କରିଥାଏ । ତାଙ୍କୁ ଏହିଭଳି କାମ କରିବା ପାଇଁ ପ୍ରେରିତ କରିଥାଏ ଯେଉଁଥିରେ ଡିପ୍ରେସନ ହେବା ବେଳେ ସମ୍ଭବ ଲାଗୁନଥାଏ । ରିସର୍ଚ୍ଚରେ ଏହା ମଧ୍ୟ ଜଣାପଡିଛି ଯେ ଆଣ୍ଟି ଡିପ୍ରେସେଣ୍ଟରେ ଅନେକ ପ୍ରକାରର ପାଶ୍ୱର୍ପ୍ରତିକ୍ରିୟା ବଢିପାରେ । ଯେମିତିକି ମୁହଁ ଶୁଖିଯିବା, ବାନ୍ତି ହେବା, ମୁଣ୍ଡ ବ୍ୟଥା ହେବା, ଶାରୀରିକ ସମ୍ପର୍କ ରଖିବାରେ କଷ୍ଟ ହେବା । ଏହିଭଳି ଔଷଧର ବଢୁଥିବା ବ୍ୟବହାକୁ ଦେଖି ବ୍ରିଟିଶ ହେଲଥ ଏଜେନ୍ସି ଏନଏଚଏସ କିଛି ଏହିଭଳି ଆପ୍ସକୁ ମଞ୍ଜୁରୀ ଦେଇଛି ଯାହା ଡିପ୍ରେସନ ରୋକିବାରେ ସାହାଯ୍ୟ କରିଥାଏ ।

You May Also Like

More From Author

+ There are no comments

Add yours