ଜନସଂଖ୍ୟାରେ ଭାରତ ନଂ ୧ । ଚୀନକୁ ପଛରେ ପକାଇ ଭାରତ ଆଗରେ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତ ଜନସଂଖ୍ୟା ମାମଲାରେ ଚୀନକୁ ପଛରେ ପକାଇଦେଇଛି । ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବଢିଯାଇଛି । ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ୧୪୨.୮୬ କୋଟି ଲୋକ ରହିଛନ୍ତି । ସେହିଭଳି ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି । ୟୁଏନ ରିପୋର୍ଟ ଅନୁସାରେ ଭାରତରେ ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମୋଟ ପ୍ରଜନନ ଦର ୨.୦ ରହିଛି । ଏଠାରେ ଗୋଟିଏ ପୁରୁଷର ହାରହାରି ଜୀବନ କାଳ ୭୧ ବର୍ଷ । ସେହିଭଳି ମହିଳାଙ୍କ ଜୀବନକାଳ ୭୪ ବର୍ଷ । ଏହି ରିପୋର୍ଟ ୧୯୭୮ରେ ପ୍ରକାଶିତ ହୋଇଆସୁଛି । ୟୁଏନଏଫପିଏ ଇଣ୍ଡିଆର ପ୍ରତିନିଧି କହିଛନ୍ତି ଯେ, ସାରା ବିଶ୍ୱର ଜନସଂଖ୍ୟା ବର୍ତ୍ତମାନ ୮ ଅରବ ହୋଇଯାଇଛି । ଭାରତର ଜନସଂଖ୍ୟା ୧.୪ ଅରବରେ ପହଞ୍ଚିସାରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏକ ଶକ୍ତିଶାଳୀ ଦେଶ । ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ଆର୍ଥିକ ବିକାଶରେ ଲଗାତର ଆଗକୁ ବଢିବାରେ ଲାଗିଛି । ଆମେ ନୂଆ ନୂଆ ଜ୍ଞାନକୌଶଳ ନିର୍ମାଣରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢିଚାଲିଛେ ।

You May Also Like

More From Author

+ There are no comments

Add yours