ସୁଧୁରୁଛି ସମ୍ବଲପୁର ସ୍ଥିତି, ଜିଲ୍ଲାବାସୀଙ୍କୁ ମିଳିବ ଇଣ୍ଟରନେଟ୍ ସେବା

ଶବ୍ଦ ଓଡିଶା ବ୍ୟୁରୋ: ସୁଧୁରୁଛି ସମ୍ବଲପୁର ସ୍ଥିତି । ଆଜିଠୁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ମିଳିବ ଇଣ୍ଟରନେଟ୍ ସେବା । କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ଲାଇନ୍ ଇଣ୍ଟରନେଟ୍ ସୁବିଧା ମିଳିବ । ଏହା କେବଳ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ହେଲେ ମୋବାଇଲ୍ ଇଣ୍ଟରନେଟ୍ ସେବା ଏବେ ମିଳିବ ନାହିଁ । ମୋବାଇଲ୍ ଇଣ୍ଟରନେଟ୍ ଆହୁରି ୪୮ ଘଂଟା ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଗତକାଲି ଜିଲ୍ଲାର କିଛି ସ୍ଥାନରେ ଲିଜଲାଇନ ଇଣ୍ଟରନେଟ୍ ଦିଆଯାଇଥିଲା । ଆଜି ସାରା ଜିଲ୍ଲାକୁ ଲିଜଲାଇନ ସହ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ । ସେହିପରି ଆଜି ମଧ୍ୟ ଜିଲ୍ଲାରେ ୧୧ ଘଣ୍ଟା କର୍ଫ୍ୟୁ କୋହଳ ରହିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଗତକାଲି ୧୧ ଘଣ୍ଟା କୋହଳ ହୋଇଥିଲେ ମଧ୍ୟ ବନ୍ଦ ପାଇଁ କର୍ଫ୍ୟୁ ଭଳି ସ୍ଥିତି ରହିଥିଲା । ହେଲେ ଆଜି ଦିନ ସାରା ଦୋକାନ, ବଜାର ଖୋଲା ରହିବ ।

You May Also Like

More From Author

+ There are no comments

Add yours