Thu. Oct 15th, 2026

ଗୋଟିଏ ବର୍ଷ ରେ ୧୧ ଟି ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଯୋଜନାର ସଫଳ ରୁପାୟନ ହୋଇପାରିଛି। ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦୀମ ଜନଜାତି ନବ ଦମ୍ପତି ଙ୍କୁ ବିଳମ୍ବିତ ବିବାହ ପାଇଁ ୨୦ହଜାର ଟଙ୍କା ଲେଖାଏଁ ପ୍ରତ୍ସାହନ ରାଶି ଯୋଗାଇ ଦିଆଯାଇଛି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳର ୩୨ ଗୋଟି ଆଦିମ ଜନଜାତିଙ୍କ ଜୀବନ ଜୀବିକାର ଉନ୍ନୟନ ପାଇଁ ସଉରା ଉନ୍ନୟନ ସଂସ୍ଥା ଅଧୀନରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କାର୍ଯ୍ୟକ୍ରମ (ଓପିଇଏଲାଇପି) ୨୦୧୭ ମସିହା ରୁ କାର୍ଯ୍ୟକାରୀ ହୋଇଆସୁଛି । ଚନ୍ଦ୍ରଗିରି ଅଞ୍ଚଳର ଲବାରସିଂ, ସଗଡା, ପାଢୀ ଗାଁ, ଶିକୁଳିପଦର, ବାଁଶୁରୀ, ପେଜପାଣି ଓ କନ୍ଦାଳସାହି ଗ୍ରାମର ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମରେ ଏହି ପ୍ରତ୍ସାହନ ରାଶି ଯୋଗାଇ ଦିଆଯାଇଛି। ଏଥିପାଇଁ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ନବ ବିବାହିତ ଦମ୍ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିଭାଗୀୟ ସ୍ବତନ୍ତ୍ର ଅଧିକାରୀ ବନମାଳୀ ଭୁଆଁଙ୍କ ସମେତ ଓପିଇଏଲାଇପି ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ ଆସିଥିବା ମୁରଲିଧର ସାହୁ ।

ସରକାରଙ୍କ ଏହି ଯୋଜନା ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବା ସହ ବାଲ୍ୟ ବିବାହ ମୁକ୍ତ ରୋକିବା ରେ ବେଶ ଉପଯୋଗୀ ହୋଇପାରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଙ୍କ ସମେତ ଓପିଇଏଲାଇପି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭୁବନେଶ୍ୱର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *