Thu. Oct 15th, 2026

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା । ଗ୍ରାମାଞ୍ଚଳର ଚାଷୀଙ୍କୁ ସହଜ ଓ ସରଳ ସୁବିଧା ମାଧ୍ୟମରେ ବ୍ୟାଙ୍କିଂ ସେବା ଯୋଗାଇଦେବା ପାଇଁ କରାଯାଇଛି ପ୍ରୟାସ। ଏହି ଲକ୍ଷରେ ମୋହନା ବ୍ଲକର ଚନ୍ଦ୍ରଗିରି ବୃହଦାଗାର ଆଦିବାସୀ ବହୁମୂଖୀ ସମବାୟ ସମିତି ଲିଃ ପକ୍ଷରୁ ଗଜପତି ଜିଲ୍ଲା ର ଚନ୍ଦ୍ରଗିରି ଓ ବାଘମାରି ଠାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ପୃଥକ ପୃଥକ ସ୍ଥାନରେ ଅନୁଷ୍ଠିତ ‌ହୋଇଯାଇଛି । ସଉରା ବୃହଦାଗାର ବହୁମୁଖି ସମବାୟ ସମିତିର ସଭାନେତ୍ରୀ ନର୍ମଦା ଦଳେଇଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା କର୍ମଶାଳା। ଏଥିରେ ମୁଖ୍ୟ ଅତିଥି ଭାବେ ଆର ଉଦୟଗିରି ବିସିସି ବ୍ୟାଙ୍କ ମ୍ୟାନେଜେର ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୋହନା ବ୍ଲକ ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗୀୟ ଅଧିକାରୀଣି ଡ଼ଃ ସଂଗ୍ୟା ସତୁରୁପା ଷଡ଼ଙ୍ଗୀ, ଆତ୍ମା ଚେୟାରମେନ ଗୈାରୀ ଶଙ୍କର ପ୍ରଧାନ, କୃଷି ଗ୍ରାମ ସେବକ କୈଳାସ ଚନ୍ଦ୍ର ଭୁଆଁଙ୍କ ଅଗ୍ରଣୀ ଚାଷୀ କାମଦେବ ବଡନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ତଥା ଚାଷୀମାନେ ସାହୁକାର ଋଣ ଅପେକ୍ଷା ସମବାୟ ବ୍ୟାଙ୍କ ସେବା ଆପଣେଇବାକୁ ସଚେତନତା କରିଥିଲେ। ସରକାରଙ୍କ ପକ୍ଷରୁ ବିନା ସୁଧରେ ୧ଲକ୍ଷ ଟଙ୍କା ଯାଏଁ ରୁଣ ଉପଯୁକ୍ତ ବିନିଯୋଗ ସହ ସ୍ୱଳ୍ପ, ମଧ୍ୟମ ଓ ଦୀର୍ଘମିଆଦି ଯୋଜନାର ଲାଭ ଉଠେଇବାକୁ ପରାମର୍ଶ ଦେଇଥିଲେ। 

ଏହି ଅବସରରେ ଅଞ୍ଚଳର ଶତାଧିକ ଚାଷୀ ହିତାଧିକାରୀମାନେ ଯୋଗଦେଇଥିବା ବେଳେ ସମବାୟ ସମିତିରେ ନୂତନ ସଭ୍ୟ ଭାବେ ପଞ୍ଜିକୃତ ହୋଇଥିବା ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ କିଶାନ କ୍ରେଡିଟ୍ କାର୍ଡ ବଣ୍ଟନ କରଯାଇଥିଲା । ଚନ୍ଦ୍ରଗିରି ସଉରା ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ଦଳାଇ ପରିଚାଳନା କରିଥିଲେ । ସେହିପରି ବାଘମାରି ପଞ୍ଚାୟତ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଘମାରି ସରପଞ୍ଚ ଜୟସେନ ଶବରଙ୍କ ସମେତ ୱାର୍ଡ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *