


ଉତ୍କଳ ଦିବସ ସମାରୋହ ରେ ଶୁଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟ ରେ କେଶ ଦାନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଥର ଶୋଭା ଟ୍ରଷ୍ଟ କ୍ୟାନ୍ସର ପୀଡ଼ିତା ଙ୍କ ମୁଁହରେ ଟିକେ ହସ ଫୁଟାଇବା ପାଇଁ ପ୍ରୟାସ କରୁଛି। “କେଶ ଥିଲେ ଦିଅନ୍ତୁ ଓ କେଶ ନ ଥିଲେ ପ୍ରାକୃତିକ କେଶ (WIG) ନିଅନ୍ତୁ” ଏକ ନୂତନ କାର୍ଯ୍ୟ ଆରମ୍ଭ କରି ଛନ୍ତି। ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟ ରୁ ବିଭିନ୍ନ ଜିଲ୍ଲାରୁ କେଶ ଦାନ କରିବା ସହିତ କ୍ୟାନ୍ସର ପୀଡ଼ିତା ଙ୍କ ପାଇଁ ମାଗଣାରେ wig ଉପହାର ହେବାସହ କୃତୀମ ସ୍ଥନ ( Artificial Brest), କାନ୍ସର ରୋଗୀ ଙ୍କୁ କାଉନସିଲିଂ କରି ମେଡିକାଲ ରେ ଆଡ଼ମିଶନ ପାଇଁ ସହଯୋଗ କରୁଛନ୍ତି ଏବଂ Breast Cancer & cervical କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ କରୁ ଅଛି। 2022 ଓ 2023 ରେ 38 ଜଣ କେଶଦାନ କରିଥିଲେ ତାଙ୍କୁ ସମ୍ମାନୀତ କରାଯାଇ ଅଛି। ଏହା ସହିତ 2 ଜଣ କ୍ୟାନ୍ସର ଯୋଦ୍ଧା ସ୍ୱାଗତିକା ଆଚାର୍ଯ୍ୟ ଓ ସଂଘମିତ୍ରା ପଣ୍ଡା ଙ୍କୁ କ୍ୟାନ୍ସର ଯୋଦ୍ଧା ସମ୍ମାନିତ କରାଯାଇ ଅଛି। ଏବଂ carcinova କ୍ୟାନ୍ସର ହସ୍ପିଟାଲ୍ ରୁ ଡା କ୍ଷୀତିଶ ଚନ୍ଦ୍ର ମିଶ୍ର, ଆଦିଭା ଶି ଭିଜନ ଫାଉଣ୍ଡର ଅନୁଶ୍ରୀ ଦାସ, ରାଜ୍ୟ ସମାଜସେବୀ ମହାସଂଘ ର ସଭାପତି ନରୋତ୍ତମ ଦାସ, ପୁରୀ ଜିଲ୍ଲା ହସ୍ପିାଲ ରୁ ଡ଼ା ସୁନୀଲ ତରାଇ, ଓଡ଼ିଶା ମୋ ପରିବାର ର ସଭାପତି ଶୁଭାଶିଷ ଖୁଣ୍ଟିଆ ଓ ରାଜ୍ୟ ସମାଜସେବୀ ମହାସଂଘ ର ଉପଦେଷ୍ଟା ଶ୍ରୀପତି ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ମଞ୍ଚ ଉପସ୍ଥାପକ ନିମାଇଁ ଚରଣ ପ୍ରଧାନ ଦାୟିତ୍ଵ ତୁଲାଇଥିଲେ। ଆଜିର ଦିନରେ କେଶଦାନ ଆରିଥିବା କେଶ ଦାତ୍ରୀଙ୍କ ନାମ – ସସ୍ମିତା ସ୍ୱାଇଁ – ପବନ ପୁତ୍ର ଫାଉଣ୍ଡେସନ କେନ୍ଦ୍ରାପଡ଼ା, ଜୟଶ୍ରୀ ହନୁମାନ – ମାଲକାନା ଗିରି, ସତ୍ୟଭାମା ସ୍ୱାଇଁ – ସିମୁଳିଆ ମାର୍କୁଣ , ବିଜୟଲକ୍ଷ୍ମୀ ରାଉତରାୟ- ଭୁବନେଶ୍ୱର, ମୋନାଲିସା ବେଜ ଲୋକସେବା ଫାଉଣ୍ଡେସନ ଚେୟାରମେନ- ହରିଚନ୍ଦନ ପୁରୁ, ଆଦ୍ୟା ସ୍ୱରୂପା ନାୟକ 6 ବର୍ଷ ର ଝିଅ 21 ଇଞ୍ଚ କେଶ ଦାନ କରିଛନ୍ତି।