Wed. Oct 14th, 2026

ସଲମାନଙ୍କୁ ଧମକପୂର୍ଣ୍ଣ ଇମେଲ। ଯାହାକୁ ନେଇ ପୋଲିସ ଅଭିଯୋଗ ରୁଜୁ କରିଛି। ଏବଂ ମୁମ୍ବାଇ ରେ ତାଙ୍କ ଘର ବାହାରେ ପୋଲିସ୍‌ ସୁରକ୍ଷା ବଢ଼ାଯାଇଛି।ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ଼ଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ବାନ୍ଦ୍ରା ପୋଲିସ୍‌ ଆଇପିସି ଧାରା ୫୦୬(୨), ୧୨୦(ବି) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ଘର ବାହାରେ ସୁରକ୍ଷା ବଢ଼ାଇଛି। ଶନିବାର ସଲମାନ ଖାନ୍‌ଙ୍କ ଅଫିସ୍‌କୁ ଇ-ମେଲ୍‌ ଆସିଥିଲା। ଯାହାପରେ ସଲମାନଙ୍କ ମ୍ୟାନେଜର ପୋଲିସ୍‌ରେ ଅଭିଯୋଗ କରିଥିଲେ ଏବଂ ପୋଲିସ୍‌ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ, ଗୋଲ୍ଡି ବରାଡ଼ ଏବଂ ରୋହିତ ଗର୍ଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଜେଲରେ ଥିବା ଲରେନ୍ସ ନିକଟରେ ଏକ ଟିଭି ସାକ୍ଷାତକାର ଦେଇଥିଲା। କଳା ହରିଣ ମାମଲାକୁ ନେଇ ଲରେନ୍ସ ବିଶ୍ନୋଇ କହିଥିଲା ସଲମାନ କ୍ଷମା ମାଗନ୍ତୁ। ଲରେନ୍ସ ଏହା ମଧ୍ୟ କହିଥିଲା ଯେ ଯଦି ସେ କ୍ଷମା ମାଗୁନାହାନ୍ତି ତେବେ ତାଙ୍କର ଅହଙ୍କାର ଭାଙ୍ଗିଦିଆଯିବ। ଆଉ ଏବେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ଖବର ପୁଣି ଥରେ ଚର୍ଚ୍ଚା​ର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *