Thu. Oct 15th, 2026

ଆଫଗାନିସ୍ତାନରେ ମୁହାଁମୁହିଁ ହୋଇଛନ୍ତି ତାଲିବାନ ଆଇଏସଆଇଏସ। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି ଯେ ବାଲଖ ପ୍ରଦେଶର ମଜାର-ଇ-ସରିଫରେ ବିଦ୍ରୋହୀଙ୍କ ବିରୋଧରେ ତାଲିବାନ ସୁରକ୍ଷା ବାହିନୀ ଏକ ବଡ଼ ଆକ୍ରମଣ କରିଛି।ମୁଜାହିଦ କହିଛନ୍ତି ଯେ ତାଲିବାନ ସୁରକ୍ଷା ବାହିନୀ ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଏକ ସୱତନ୍ତ୍ର ଅପରେଶନ ଆରମ୍ଭ କରିଛି।

ମୁଜାହିଦଙ୍କ ଅନୁଯାୟୀ ଏହି ଅପରେଶନ ତାଲିବାନ ସୁରକ୍ଷା ବାହିନୀର ଜଣେ ସଦସ୍ୟ ଆହତ ହୋଇଥିଲେ। ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ତାଜାବାନ ସୁରକ୍ଷା ବାହିନୀ ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ମଜାର-ଇ-ସରିଫର ଦସ୍ତ ଶୋର ଅଞ୍ଚଳରେ ସଂଘର୍ଷ ଘଟିଥିବାର ସ୍ଥାନୀୟ ସୂତ୍ରରୁ ପ୍ରକାଶ।ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମଜାର-ଇ-ସରିଫରେ ହୋଇଥିବା ଅପରେଶନରେ ନିହତ ହୋଇଥିବା ୫ ଜଣ ଆତଙ୍କବାଦୀ ତାଜିକିସ୍ତାନ ଏବଂ ଉଜବେକିସ୍ତାନର ନାଗରିକ ଥିଲେ। ବାଲଖ ପୋଲିସ ମୁଖପାତ୍ର ମହମ୍ମଦ ଆସିଫ ୱାଜିର ପାଜୱୋକ ଆଫଗାନିସ୍ତାନ ନ୍ୟୁଜକୁ କହିଛନ୍ତି ଯେ ଗୁପ୍ତଚର ଭିତ୍ତିକ ଅପରେଶନର ଏକ ଅଂଶ ଭାବରେ ମଜାର-ଇ-ସରିଫରେ ତିନୋଟି ଆଇଏସଆଇଏସ ଲୁଚି ରହିଥିବା ସ୍ଥାନ ନଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *