Wed. Oct 14th, 2026

ଚନ୍ଦାହାଣ୍ଡି : ନାରୀ ଆବଳା କି ଦୁର୍ବଳ ନୁହେଁ,ସେ ସହନଶୀଳ,ସାହସୀ ଓ ସଶକ୍ତ ।  ପରିସ୍ଥିତି ଆସିଲେ ପୁରଷ  ପରି  କଠିନ  ପରିଶ୍ରମ ବି କରେ । ନିଜେ କାହିରି ବୋଝ ନ ହୋଇ,ଆତ୍ମନିର୍ଭରଶୀଳ ହୁଏ । ଏମିତି ଜଣେ ସାହସୀ ଓ ସଶକ୍ତ ମହିଳା  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଅନକାବେଡା ପଞ୍ଚାୟତ  ନୂଆପଡା  ଗ୍ରାମର ସୁଲତା ପାଣ୍ଡେ  l ଅସହାୟ ମହିଳା ସୁଲତା ପାଣ୍ଡେଙ୍କ ବୟସ ଛୟାଳିଶ । ନାନା ପ୍ରତିକୂଳ ପରିସ୍ଥିତି ଭିତରେ ନିଜେ ଭାଙ୍ଗିନପଡି ଚା, ପକୁଡି ଦୋକାନଟିଏ ଖୋଲି ରୋଜଗାର କରି ବେଶ ଭଲରେ ଚଳୁଛନ୍ତି । ସରକାରୀ ସହାୟତା ମିଳିଲେ,ସେ ଅଧିକ ଭଲ ରୋଜଗାର କରିପାରନ୍ତେ ।

ଅନକାବେଡା  ପଞ୍ଚାୟତ  ନୂଆପଡା ଗ୍ରାମର ସୁଲତା । ଦିନ ଥିଲା ମୁଣ୍ଡ ଉପରେ ଥିଲା ବାପା ମାଙ୍କ ହାତ । ସାଙ୍ଗ ସାଥୀଙ୍କ ହସଖୁସିରେ ବିତୁଥିଲା ସମୟ । ହଠାତ ବାପା ଆରପାରିକୁ ଚାଲିଗଲେ ।ପରେ ସୁଲତାଙ୍କ ସବୁ ଦାୟିତ୍ୱ ଭାଇ  ଘନଶ୍ୟାମ ଓ ଭାଉଜ ଦ୍ରୌପଦୀ ପାଣ୍ଡେ ବୁଝିବା ସହ  ସୁଲତା ଙ୍କୁ ପଡୋଶୀ  ଛାତିଶଗଡ଼  ଅମଲିପଦରରେ  ହାତକୁ ଦିହାତ କରି  ଦେଲେ । ସେଠାରେ ସ୍ୱାମୀ, ଶାଶୁ  ଶଶୁରଙ୍କ ନିର୍ଯାତନା ସହିନପାରି ଶଶୁର  ଘର  ଛାଡି  ନିଜ  ଭାଇ  ଭାଉଜ  ପାଖକୁ ଚାଲି  ଆସିଥିଲେ l  ଏଥିରେ  ମଧ୍ୟ ଦଇବ ତାଙ୍କ ପାଇଁ ଦାଉ  ସାଜିଲା l କିଛି  ଦିନ  ପରେ  ତାଙ୍କ ଭାଇ  ଭାଉଜ  ମଧ୍ୟ  ତାଙ୍କୁ ଛାଡି  ଆରପାରି କୁ ଚାଲିଗଲେ l ଘନଶ୍ୟାମଙ୍କ ପୁଅ ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିଲେ l ସେ ଚାଲି  ଯିବା ପରେ   ପୁଅର ପାଠ  ପଢା  ରେ ଡୋରି ବନ୍ଧା  ହେବା ସହ  ସୁଲତା ଉପରେ ପଡିଲା  ସମସ୍ତ ଦାୟିତ୍ୱ l ସେ କୁଲି ମଜୁରୀ କରି  ପରିବାର  ରେ ଚଳାଉ  ଥିଲେ l  ସୁଲତା ପିଲାଟି ଦିନ ରୁ ସାଇକେଲ ଚଳାଇବା  ଜାଣିଥିଲେ l ଏହାର ସୁଯୋଗ ରେ ସେ  ଚା, ପକୁଡି ଦୋକାନ ଟିଏ ଖୋଲି  ଆରମ  ରେ ଦ୍ବି ପଇସା ରୋଜଗାର କରିବା  ପାଇଁ ମନ ସ୍ଥିର କରି  ସେ ରାସ୍ତା କଡ଼ ରେ ଦୋକାନ ଟିଏ ଖୋଲି  ଥିଲେ l ସୁଲତା  ଜଣେ ଉତ୍ତମ ସ୍ଵଭାଵ  ର ହୋଇଥିବା  ରୁ ଲୋକେ ତାଙ୍କୁ ଶ୍ରଦ୍ଧା ରେ ଡାକନ୍ତି ସୁଲ  ଅପ୍ପା l ଯାହା ଫଳରେ  ତାଙ୍କ ଦୋକାନ ରେ ଗ୍ରାହକ ଟିକେ ଜେମିଥାନ୍ତି ଏବଂ ସେ ଭଲ ଦ୍ବି ପଇସା  ଖଣ୍ଡେ  ପାଇ ଥାନ୍ତି l ଦୋକାନ ସାମଗ୍ରୀ ଆଣିବା  ପାଇଁ ସୁଲତା   କାହା ଉପରେ ନିର୍ଭର ନ କରି   ସେ ନିଜ ସାଇକେଲ ରେ ଦୁଇ  କିମି ସନ୍ଧିମୁଣ୍ଡା ଦୋକାନ ରୁ ସାମଗ୍ରୀ ଆଣି  ସେ ନିଜ ଦୋକାନ ଚଳାଇ ଥାନ୍ତି l  ଗୋଟିଏ ପଟେ  ଆଧୁନିକ  ବିବାହିତା ମହିଲା ମାନେ  ନିଜ ପାଖ ରେ ସ୍ୱାମୀ ଥାଇକି  ସମର୍କୀୟ ଥାଇକି  ମଧ୍ୟ l ଅନ୍ୟ ଲୋକଙ୍କ ସାଙ୍ଗ ରେ ସମାଜିକ ରୀତି ନୀତି କୁ  ସରକାରୀ କାମ ବାହାନା ରେ ବେଖାତିର କରି  ବୁଲୁ ଥିବା ବେଳେ ସୁଲତା  ନିଜ ସମ୍ମାନ କୁ ବଞ୍ଚାଇ ବା ପାଇଁ କାହା ଉପରେ ନିର୍ଭର କରୁ ନଥିବା ରୁ ଏଠାରେ  ବିଭିନ୍ନ ମହଲ ରେ ତାଙ୍କୁ ପ୍ରଶଂସା କରା  ଯାଇଛି l  ସରକାରୀ ସାହାଯ୍ୟ କହିଲେ ମାସିକ 500 ଟଙ୍କା ଭତ୍ତା ଏବଂ 5 କେ ଜି ଚାଉଳ l  ଯଦି  ପ୍ରଶାସନ ଦୃଷ୍ଟି ଦେଇ ତାଙ୍କୁ ସହାୟତା ର ହାତ ବଢ଼ାଇଲେ ସେ ଆହୁରି ଭଲ କରିପାରିବେ  ବୋଲି ସୁଲତା ଦମ୍ବ ର ସହ ଗଣମାଧ୍ୟମ ଆଗରେ  ପ୍ରକାଶ  କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

                    ମୁକୁନ୍ଦ ବେଶ୍ରା

Leave a Reply

Your email address will not be published. Required fields are marked *