ବାଣପୁର ପ୍ରସିଦ୍ଧ ପରମ୍ପରା,ମହାମିଳନର ଉତ୍ସବ ପଞ୍ଚଦୋଳ

ଶଦ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧା ଜିଲ୍ଲା ବାଣପୁର ଯାତ୍ରା ବହୁ ପୁରାତନ ପରମ୍ପରାର ଯାତ୍ରା। ରାଜାରାଜୁଡା ସମୟରୁ ଏହିଯାତ୍ରା ହୋଇଆସୁଛି, ଏ ଅଞ୍ଚଳରେ ବଙ୍କାଡଗଡର ରାଜା ଜଗନ୍ନାଥ ହରିଚନ୍ଦନ ଏହାର ଆୟୋଜନ କରିଥିଲେ। ଅଞ୍ଚଳର ଦେବା ଦେବୀଙ୍କୁ ଏହି ଦୋଳପଡିଆରେ ଏକତ୍ରୀତ କରାଇବା ଫଳଳେ ଅଞ୍ଚଳ ବାସୀ ସମସ୍ତ ଦେବା ଦେବୀ ଦର୍ଶନ କରିବାର ସାନିଧ୍ୟ ଲାଭ ପାଇଥାନ୍ତି। ଏଠାକାର ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ ଓ ବାଣପୁରର ପ୍ରତିଷ୍ଠିତ ଦେବି ମା’ ଭଗବତୀଙ୍କ ସହଯୋଗରେ ଅଞ୍ଚଳର ସମସ୍ତ ଦେବାଦେବିଙ୍କୁ ଐତିହାସି ପଞ୍ଚଦୋଳ ଯାତ୍ରା ମାଟିରେ ଏକତ୍ରୀତ କରିବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଏ।
ଦୋଳପୁର୍ଣିମା ୫ଦିନ ପରେ  ମାହେନ୍ଦ୍ର ତିଥିରେ ମଧ୍ୟରାତ୍ରୀରେ ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ମା ଭଗବତୀ ଏକତ୍ରୀତ ଭାବେ ସେଇ ପୁରାତନ ପରମ୍ପରା ଅନୁସାରେ ପ୍ରବେଶ କରି ଆସ୍ଥାନ ବିଜେ କରିବା ପରେ ଅନ୍ୟାନ୍ୟ ଦେବାଦେବୀ ନିଜ ନିଜ ଆସନରେ ବିଜେ ହୋଇଥାନ୍ତି। ଏହି ଦୋଳ ପଡିଆରେ ଏକ ନିଆରା ଦୃଶ୍ୟ ଦ୍ବେଖିବାକୁ ମଳିଥାଏ।  ଯାତ୍ରାର ଅନ୍ୟ ଏକ ମୂଖ୍ୟ ଆକର୍ଷଣ ଆତାଶବାଜୀ କିନ୍ତୁ କୌଣସି ଏକ ଅଭାବନୀୟ ଘଟଣା ଯୋଗୁ  ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ ବାଣ ତିଆରି ହେବା ସମୟରେ ଦୁର୍ଘଟଣା ଜନିତ ୫ମୃତ ଯୋଗୁଁ ବାଣଫୁଟା ପାଇଁ ରୋକ ଲଗାଇଥିଲେ। ଏ ଅଞ୍ଚଳରେ ଏହା ବହୁ ପୁରାତନ ପରମ୍ପରା। ୮୪ବିମାନରେ ୧୬୮ ଦେବାଦେବୀ ଦୋଳପର୍ବର ପାଞ୍ଚ ଦିନ ପରେ ଦୋଳ ପଡିଆରେ ଏକତ୍ରୀତ ହୋଇଥାନ୍ତି। ଯାତ୍ରାରେ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ମାଭଗବତୀଙ୍କ ଅପୃର୍ବ ମିଳନ ଯାହାକି ମା’ ଭଗବତୀ ଦୂର୍ଗା ରୂପରେ ଭେଟ ହୋଇଥାନ୍ତି “ଦୂର୍ଗା ମାଧବ” ଭେଟ ପରେ ପ୍ରଥମେ ଆସ୍ଥାନ ବିଜେ କରନ୍ତି ଓ ତାର ପରଦିନ ସନ୍ଧ୍ୟା ସମୟରେ ପୁନଶ୍ଚ ଜାଗାଧିପତି ଚନ୍ଦ୍ରଶେଖର ଦେବ ସହ ମହାମିଳନ ଯାହାକି ହରପାର୍ବତି” ଭେଟ ସହ ଯାତ୍ରାର ପରିସମାପ୍ତି ହୋଇଥାଏ।  ଏଭଳି ମହାନ ପରମ୍ପରାର ଦୃଶ୍ୟ ଦେଖିବା ଓ ଏକା ସଙ୍ଗରେ ଗୋଟିଏ ସ୍ଥାନରେ ସାନିଧ୍ୟ ଲାଭ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଓ ମହା ମିଳନର ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଜମା ହୁଅନ୍ତି। ଦୋଳ ପଡିଆକୁ ୮୪ ବିମାନ ଓ ୧୬୮ ଦେବା ଦେବୀ ମଧ୍ୟରାତ୍ରୀରେ ମହାପଟୁଆରରେ ପାରମ୍ପରିକ ପଟୁଆର ସହ ପ୍ରବେଶ କରିଥାନ୍ତି । ରାଜ୍ୟରୁ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ  ଏଠାରେ ପହଞ୍ଚିବା ସହ ହଜାର ହଜାର  ବ୍ୟବସାୟୀ ଏଠାରେ ନିଜ ବ୍ୟବସାୟ କରିବାକୁ ଆସିଥାନ୍ତି। ସ୍ଥାନୀୟ କମିଟି, ଅଞ୍ଚଳର ଜନସାଧାରଣ ଓ ପୋଲିସ ତଥା ସ୍ଥାନିୟ ଅଧିକାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ଆୟୋଜନ କରାଯାଇଥିଲା।                   

You May Also Like

More From Author

+ There are no comments

Add yours