Wed. Oct 14th, 2026

ଶବ୍ଦମିଡିଆ ବ୍ୟୁରୋ:(ଆପ୍ର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ପୂଜାରୀଗୁଡା ଗ୍ରାମର ହଳଧର ଭୋଇଙ୍କ ସ୍ତ୍ରୀ ପୁନେ ଭୋଇ (୪୦) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଏ ନେଇ ଚନ୍ଦାହାଣ୍ଡି ଥାନା ୟୁଡ଼ିକେସ ନଂ ୫/୨୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏଏସଆଇ ବସନ୍ତ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇ ଥିବା ନେଇ ସେ ସୂଚନା ଦେଇଛନ୍ତି lପୋଲିସ ସୂତ୍ର ଅନୁସାରେ ପୂଜାରୀଗୁଡା ଗ୍ରାମର ହଳଧର ଭୋଇ ଙ୍କ ସ୍ତ୍ରୀ ପୁନେ ଭୋଇଙ୍କ କିଛି ଦିନ ହେବ ତାଙ୍କ ମାନସିକ ବିକୃତି ରହିଥିବା ସହ ସେ ଘରୁ ବାହାରି ଯାଉଥିଲେ l ସ୍ୱାମୀ ହଳଧର ତାଙ୍କୁ ଖୋଜା ଖୋଜି କରି ଘରକୁ ଆଣୁ ଥିଲେ l ଗତ ଗୁରୁବାର ଦିନ ସେ ଘରୁ ବାହାରି ଯାଇ ସେ ଆଉ ଘରକୁ ନଫେରିବାରୁ ।ହଳଧର ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରି ମଧ୍ୟ ସେ ପାଇ ନ ଥିଲେ ସକାଳ ସମୟ ରେ ଗାଁ ଠାରୁ ୨ କିମି ଦୂର ଖଲିଆ ବନ୍ଦ ପାଖ ବିଲ ରେ ଥିବା କେନ୍ଧୁ ଗଛ ରେ ପୁନେ ଙ୍କ ଝୁଲନ୍ତା ଶବ ଦେଖି ଲୋକେ ହଳଧର କୁ ଖବର ଦେବା ପରେ ହଳଧର ଗ୍ରାମବାସୀଙ୍କ ସହାୟତା ରେ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଅଭିଯୋଗ ଦେଇ ଥିଲା l ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏ ଏସଆଇ ବସନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳ କୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ।ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଚଲାଇ ଥିବା ନେଇ ତଦନ୍ତ ଅଧିକାରୀ ବସନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି l
ନବରଙ୍ଗପୁରରୁ ଶବ୍ଦମିଡ଼ିଆ ରିପୋର୍ଟର ——-ମୁକୁନ୍ଦ ବେଶ୍ରା

By

Leave a Reply

Your email address will not be published. Required fields are marked *