Wed. Oct 14th, 2026

ଶବ୍ଦମିଡିଆ ବ୍ୟୁରୋ:ଚନ୍ଦାହାଣ୍ଡି:(ଆପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଝୁଲେନବର ଗ୍ରାମର ଟଙ୍କଧର ବାଘ (୨୨) ଏବଂ ସେହି ଗ୍ରାମର ଦୀପା ମାଝି (୨୦) ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ଅନ୍ୟ ଉପାୟ ନ ପାଇ ଘରୁ କିଛିଦିନ ତଳେ ଲୁଚିକି ପଳାଇ ଆଜି ଗ୍ରାମର ୱାର୍ଡସଭ୍ୟା ବିମଳା ମାଝି। ଝିଅଙ୍କ ବାପା ସୌରୀ ମାଝି ଏବଂ ପୁଅଙ୍କ ବାପା ଦଶରଥ ବାଘଙ୍କ ସହ ଚନ୍ଦାହାଣ୍ଡି ଥାନା ଦ୍ୱାରସ୍ଥ ହୋଇ ଥିଲେ। ପୋଲିସ ସହ ଚନ୍ଦାହାଣ୍ଡି କୋର୍ଟରେ ବିବାହ ପଞ୍ଜିକରଣ କରିବା ସହ ଚନ୍ଦାହାଣ୍ଡି ଥାନା ସମ୍ମୁଖରେ ଉଭୟେ ଝିଅ ଏବଂ ପୁଅର ପରିବାର ଲୋକେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ବୁଝାମଣା ହେବା ସହ ପ୍ରେମୀ ଯୁଗଳଙ୍କୁ ବହୁ ଏବଂ ଜ୍ୱାଇଁର ସମ୍ମାନ ଦେଇ ସ୍ନେହ ସମ୍ପର୍କର ସହ ରହିବୁ ବୋଲି ସୌରୀ ମାଝି ଏବଂ ଦଶରଥ ବାଘ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ପ୍ରେମୀ ଯୁଗଳଙ୍କ ସୁଖମୟ ଜୀବନ କାମନା କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବିଭିନ୍ନ ମହଲ ରେ ଧନ୍ୟବାଦ ଦିଆ ଯାଇଛି l
ପୋଲିସ ସୂତ୍ର ଅନୁସାରେ କୋଇଲିମୁଣ୍ଡା ପଂଚାୟତ ଅଧିନ ଝୁଲେନବର ଗ୍ରାମର ସୌରୀ ମାଝିଙ୍କ ଝିଅ ଦୀପା ମାଝି ଏବଂ ସେହି ଗ୍ରାମର ଦଶରଥ ବାଘଙ୍କ ପୁଅଙ୍କ ମଧ୍ୟରେ ଗଭୀର ପ୍ରେମସମ୍ପର୍କ ଗଢି ଉଠି ଥିଲା। ଦୁହେଁ ଦୁହିଁ ଙ୍କୁ ଛାଡି ବଞ୍ଚିପାରୁ ନଥିଲେ ପରସ୍ପରକୁ ଜୀବନ ସାଥି ଭାବରେ ବଂଚିବା ପାଇଁ ନିଷ୍ପତି ନେଇଥିଲେ l ଦୀପା ଆଦିବାସୀ ଗଣ୍ଡ ସମ୍ପ୍ରଦାୟ ହୋଇଥିବା ବେଳେ ଟଙ୍କଧର ବାଘ ଓବିସି ଗୌଡ଼ ସମ୍ପ୍ରଦାୟ ହୋଇ ଥିବାରୁ ଉଭୟଙ୍କୁ ବିବାହ ପାଇଁ ସ୍ୱୀକୃତି ମିଳି ନପାରିବାରୁ ସପ୍ତାହ ତଳେ ସେମାନେ ଘରୁ ଲୁଚି ପଳାଇ ଯାଇଥିଲେ l ଆଜି ଉଭୟ ପରିବାର ଲୋକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ଙ୍କ ସହ ଚନ୍ଦାହାଣ୍ଡି ଥାନା କୁ ଆଶି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କୁ ଭେଟି ଚନ୍ଦାହାଣ୍ଡି ଥାନା ସମ୍ମୁଖ ରେ ବିବାହ କରିଥିଲେ l ଏହି ଅଵସର ରେ ଏଏସଆଇ ବସନ୍ତ କୁମାର ସ୍ୱାଇଁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l
ନବରଙ୍ଗପୁରରୁ ଶବ୍ଦମିଡ଼ିଆ ରିପୋର୍ଟ—— ମୁକୁନ୍ଦ ବେଶ୍ରା

By

Leave a Reply

Your email address will not be published. Required fields are marked *