Thu. Oct 15th, 2026

ଆନ୍ତର୍ଜାତୀୟ ସ୍ତରରେ ନାଁ ରଖିଛି ଭାରତ। ଓସ୍କାର ରେସରେ ହାତେଇଛି ସଫଳତା। ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍‌କୁ ଶୁଭକାମନା ଜମାଇଛନ୍ତି। ଭାରତୀୟ ଫିଲ୍ମର ପ୍ରଥମ ଓରିଜିନାଲ ଗୀତ ଭାବେ RRR ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ମିଳିଥିବାରୁ ଏହା ଏକ ଗର୍ବର ମୁହୁର୍ତ୍ତ ବୋଲି କହିଛନ୍ତି ।ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ ।

ସେହିପରି ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ ଟିମ୍‌କୁ ମଧ୍ୟ ସମ୍ମାନନୀୟ ଏକାଡେମୀ ପୁରସ୍କାର ପାଇଥିବାରୁ ଶୁଭେଚ୍ଛା ଜମାଇଛନ୍ତି ନବୀନ । ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟାଗୋରୀରେ ଫିଲ୍ମକୁ ମିଳିଛି ଆୱାର୍ଡ।

Leave a Reply

Your email address will not be published. Required fields are marked *