ବିଧାନସଭା ଅଧିବେଶନ: 5 Tକୁ ବିରୋଧ କରି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବିଧାନସଭାରେ 5 Tକୁ ନେଇ ଝଡ଼ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।ଶାସକ ବିରୋଧି ମଧ୍ୟରେ ତୁମ୍ଭି ତୋଫାନ ଝଡ଼ ହୋଇଛି।ବିରୋଧୀ ଦଳ ନେତା 5 T କୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଜବାବ ରଖିଛି ଶାସକ ବିଜେଡି । ଆଜି ଗୃହରେ ବିରୋଧୀ ଦଳ ନେତା 5ଟି ପ୍ରସଙ୍ଗ ଉଠାଇ କହିଥିଲେ ସ୍କୁଲରେ ଶିକ୍ଷକ ନଥାଇ 5-T ମଧାମରେ କି ଉନ୍ନତି କଥା କହୁଛ । ଏହା କ’ଣ 5-T ବୋଲି ବିରୋଧୀ ଦଳ ପ୍ରଶ୍ନ କରିବା ପରେ ଚିହିଁକି ଉଠିଲା ବିଜେଡି ।

ମେଟ୍ରିକ ପରୀକ୍ଷାରେ 15 ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ । ଡ୍ରପଆଉଟ ରେସିଓରେ ଭାରତ ବର୍ଷରେ ଓଡିଶା ଏକ ନଂ । ପରୀକ୍ଷାବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି । ଏହା ଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ? ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଉଦାହରଣ ଦେଇ କହିଲେ ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । 6 କ୍ଲାସର ପିଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହି ପାରୁନି । ଏହା କଣ ସରକାରଙ୍କ 5-T ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ସେପଟେ ଏହି ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅରୁଣ ସାହୁ । 5-T କ’ଣ ତାହା ବୁଝିଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି । ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁ ଠି ପ୍ରଗତି ର ଲକ୍ଷଣ ଦେଖିବେ ସେଇଟା ହିଁ 5-T । ବିରୋଧୀ ଦଳ ନେତା 5-T ଠୁ ନେଇ ପାକିସ୍ତାନ ରେ ପହଂଚି ଲେଣି । ଜାତୀୟ ପତାକା ରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲ ରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି । ପାକିସ୍ତାନ ରେ କଣ କଣ କରି ନିର୍ବାଚନ ଜିତୁଛନ୍ତି ।

5-T କୁ ନେଇ ଯାହା ଯାହା କହୁଛନ୍ତି ସେଥିରେ ତାଳ ମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି 5-T କୁ ଅନୁକରଣ କରୁଛନ୍ତି । 5-T ହେଉଛି ଏକ ଚିନ୍ତା ଧାରା ଏକ ବିଚାର ଧାରା ।ସବୁଠି 5-T ସଜରିଆରେ ସ୍କୁଲ ର ରୂପାନ୍ତରିତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀ ରେ ହେଉଛି । ସବୁଜ ରଙ୍ଗ କଥା ଯଦି କହୁଛନ୍ତି ପରିବା ଖାଇବା ଛାଡି ଦିଅନ୍ତୁ । 5-T ଭୁତ ଛାଡ଼ନ୍ତୁ ।ବିରୋଧୀଙ୍କ ଏହି ପ୍ରଶ୍ନରେ ବିଧାନସଭା ଗୃହ ଉଠିଥିଲା ପଡିଥିଲା। ଶାସକ ଦଳ ନେତା ମଧ୍ୟ ଶାଣିତ ସ୍ଵରରେ ଏହାର ଉତ୍ତର ରଖିଥିଲେ।

You May Also Like

More From Author

+ There are no comments

Add yours