Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ପୁଣି ଡ୍ରାଇଭର ମହାମଞ୍ଚର ଆନ୍ଦୋଳନ ଆସନ୍ତା କାଲି ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନ।ରାଜରାସ୍ତାକୁ ଓହ୍ଲାଇବ ଡ୍ରାଇଭର ମହାମଞ୍ଚ।ପରିବହନ ବିଭାଗ ସହିତ ଆଲୋଚନା ବିଫଳ ପରେ ଜିଦରେ ଅଟଳ ଡ୍ରାଇଭର ଏକତା ମହାମଂଚ। ଆସନ୍ତାକାଲିଠାରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ ଆନ୍ଦୋଳନ। ୬ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ଏକତା ମହାମଞ୍ଚ।

ଏଥିରେ ସାମିଲ ହେବେ ୫ ଲକ୍ଷରୁ ଅଧିକ ଡ୍ରାଇଭର । ନିଜ ନିଜ ଅଞ୍ଚଳରେ ପ୍ରତିବାଦ କରିବେ ଡ୍ରାଇଭର ମାନେ। ତେବେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରାଛାତ୍ରୀ, ଆମ୍ବୁଲାନ୍ସକୁ ରୋକିବେ ନାହିଁ ଆନ୍ଦୋଳନକାରୀ। ଡ୍ରାଇଭର ସଂଘର ଦାବି ମଧ୍ୟରେ ପ୍ରମୁଖ ରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରମାନଙ୍କ ପାଇଁ 20 ଲକ୍ଷ ଟଙ୍କା ବୀମା ରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କାର ବୀମା ରାଶି। 55 ବର୍ଷ ପରେ ପେନସନ୍ ପ୍ରମୁଖ।

ଅନ୍ୟପଟେ ଆସନ୍ତାକାଲି ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଚଳାଚଳ କରିବ ବସ୍। ଏ ନେଇ ସୂଚନା ଦେଲା ଅଲ୍ ଓଡିଶା ଘରୋଇ ବସ ମାଲିକ ସଂଘ। ଅଲ୍ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ କିଛି ଯେପରି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ପୋଲିସ୍ ଡିଜି ଏବଂ ଏଡିଜି ଆଇନ୍ ଶୃଙ୍ଖଳାଙ୍କୁ ଭେଟିଛି ସଂଘ।ରାଜ୍ୟରେ ବର୍ତ୍ତମାନ ସମୟରେ ଉଭୟ ମେଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଚାଲିଛି ପିଲାମାନଙ୍କର ପରୀକ୍ଷାଦେବା ଯିବା ଆସିବା ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଡ୍ରାଇଭର ମହାସଂଘ ସେଥିପ୍ରତି ପ୍ରତିଶୃତି ରଖିଛନ୍ତି।

By

Leave a Reply

Your email address will not be published. Required fields are marked *