Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଚଳଚ୍ଚିତ୍ର କ୍ଷେତ୍ରରେ ସବୁଠାରୁ ବଡ଼ ସମ୍ମାନ ଓସ୍କାର ପୁରସ୍କାର ସମ୍ମାନ।ନିକଟରେ ଓସ୍କାର ସମ୍ମାନ ପୁରସ୍କାର ଉତ୍ସବ ସମାପ୍ତ ହୋଇଛି।ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି।ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘ ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଛି ।

ଏହାକୁ ନେଇ ସାରା ଭାରତରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏନେଇ ପୁରୀ ନିଳାଦ୍ରୀ ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଯେଉଁଥିରେ ‘RRR’ ଫିଲ୍ମର ନାଟୁ ନାଟୁ ଗୀତର ରାମଚରଣ ଓ ଜୁନିଅର ଏନ୍‌ଟିଆର ନାଚୁଥିବାର ଚିତ୍ର ରହିଛି । ଏଥିସହ ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ର ଚିତ୍ର ମଧ୍ୟ ସୁନ୍ଦର ଭାବେ ଆଙ୍କି ଓସ୍କାର ପୁରସ୍କାର ବିଜେତା ସିନେମାର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଅନ୍ୟପଟେ ଏହି ଐତିହାସିକ ବିଜୟ ଉପରେ ପ୍ରଧାନମନ୍ତ୍ରୀ ସମେତ ସୋସିଆଲ ମିଡିଆରେ ବଲିଉଡ ଏବଂ ଟଲିଉଡ ତାରକାମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟକୁ ନେଇ ପ୍ରଶଂସକଙ୍କ ମନରେ ମଧ୍ୟ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି ।ଏହି ବିଜୟ ଭାରତୀୟ ସିନେମା ଶିଳ୍ପ କ୍ଷେତ୍ରକୁ ଏକ ନୂତନ ଉତ୍ସାହ ଦେଇଛି।

By

Leave a Reply

Your email address will not be published. Required fields are marked *