Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା ଜଣାପଡିଛି । ଫଳରେ ଆହୁରି ୨୯ଟି ସୁଉଚ୍ଚ କୋଠା ମାଟିରେ ମିଶିଥିବା ଜଣାପଡିଛି । ଏଥିର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଏହାସହ ଆଫଗାନିସ୍ତାନ ଓ ତାଜିକସ୍ତାନରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂମିକମ୍ପଜ ଅନୁଭୂତ ହୋଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *