Wed. Oct 14th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି।ସିବିଆଇ ଦ୍ୱାରା ଦୀର୍ଘ ସମୟ ଧରି ଜେରା ହେବା ପରେ ସତ କଥାଟି ପଦାକୁ ଆସିଥିଲା।ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି ଦିଲ୍ଳୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଭାରତର ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଏହି ବିଷୟ ଉଲ୍ଲେଖ କରାଯିବ। ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିବା ପରେ ସୋମବାର କୋର୍ଟରେ ହାଜର କରିଥିଲା।ତାପରେ ତାଙ୍କୁ ୫ ଦିନିଆ ସବିଆଇ ‌ହେପାଜତରେ ରଖାଯାଇଛି।ସି ସୋଦିଆ ରବିବାର ଦିନ ପ୍ରାୟ ୧୧ଟାରେ ଜେରାର ସମ୍ମୁଖୀନ ହେବାପାଇଁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ନଥିଲେ ମଧ୍ୟ ପଚରାଉଚରା ପାଇଁ ସିବିଆଇ ରବିବାର ଦିନ ତାଙ୍କୁ ସମନ କରିଥି‌ଲା। ଜେରାର ସମ୍ମୁଖୀନ ହେବା ପୂର୍ବରୁ ସିସୋଦିଆ କହିଥିଲେ ଯେ ୭/୮ ମାସ ଜେଲ୍‌ରେ ରହିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଛି। ଦିଲ୍ଲୀର ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ଆଣିବା ପାଇଁ ବିଜେପି ତାଙ୍କୁ ଗିରଫ କରିବାକୁ ଚାହୁଛି ବୋଲି ସେ ଅଭିଯୋଗ କରିଥିଲେ।

ଏହାପୂର୍ବରୁ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଥିଲା କିନ୍ତୁ ବଜେଟ୍ କାମ ଚାଲିଥିବା ଦର୍ଶାଇ ସେ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ସିବିଆଇ ଏହି ଅନୁରୋଧକୁ ରକ୍ଷା କରି ତାଙ୍କୁ ଫେବ୍ରୁଆରି ୨୬ରେ ହାଜର ହେବାକୁ ଦ୍ବିତୀୟ ନୋଟିସ୍ ଜାରି କରିଥିଲା।
ସିସୋଦିଆଙ୍କୁ ଜେରା ଓ ଗିରଫଦାରୀ ନେଇ ଆପ୍‌ ନେତାମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

By

Leave a Reply

Your email address will not be published. Required fields are marked *