Wed. Oct 14th, 2026

ଶବ୍ଦଓଡିଶା ବ୍ୟୁରୋ:ହନିଟ୍ରାପ ଶିକାର ହୋଇ ଫସିବା ଏହା ଆଜି ନୁହେଁ ଆଗରୁ ଏହିଭଳି ଅନେକ ଥର ହୋଇଛି।ଏହାକୁ ନେଇ ସରକାର ଅନେକ ବାର ବଡ଼ ବିପଦର ସମ୍ନା କରିବାର ପରିସ୍ଥିତି ଉପୁଜିଛି।ସେହିପରି ଚାନ୍ଦିପୁର ଆଇଟିଆର ହନିଟ୍ରପ ଶିକାର ହୋଇଛନ୍ତି ବାବୁରାମ ଦେ।ଫ୍ରେବ୍ରୁଆରୀ ୨୫ ତାରିଖରେ ଚାନ୍ଦିପୁର ଥାନା ପୋଲିସ ବାବୁରାମ ଦେଙ୍କୁ ଗିରଫ କରିଥିଲା।ଗିରଫ ପରେ ଅଧିକ ପଚରା ଉଚରା ପାଇଁ ବାବୁରାମଙ୍କୁ ରିମାଣ୍ଡରେ ନେଇଥିଲା ଚାନ୍ଦିପୁର ପୋଲିସ।ଏହି ରିମାଣ୍ଡ ସମୟରେ ଅନେକ ସତକଥା ମାନିଛି ବାବୁରାମ।ଆଜି ଏହି ରିମାଣ୍ଡ ଅବଧିର ଶେଷ ଦିନ।

ତାଙ୍କ ବିରୋଧରେ ଧାରା ୧୨୦-ଏ/୧୨୦-ବି/୩୪ ଆଇପିସି ସେକ୍ସନ୍ ୩, ୪, ୫, ୧୯୨୩ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାପରେ ତାଙ୍କୁ ୪ଦିନିଆ ରିମାଣ୍ଡରେ ଆଣିଥିଲା ବାଲେଶ୍ବର ପୁଲିସ। ଏହି ରିମାଣ୍ଡ ଅବଧିରେ ଜେରାବେଳେ ତାଙ୍କଠାରୁ ଅନେକ ତଥ୍ୟ ମିଳିଛି। ବାବୁରାମ ବ୍ୟବହାର କରିଥିବା ଲାପ୍ଟପ୍, ମୋବାଇଲ୍, ପେନ୍ଡ୍ରାଇଭ୍ ସମେତ ୬ଟି ଇଲେକ୍ଟ୍ରୋଟିକ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତାଙ୍କଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ପରୀକ୍ଷଣ ନିମନ୍ତେ କୋଲାକାତା ଓ ଦିଲ୍ଲୀସ୍ଥିତ ଫରେନ୍ସିକ୍ ଟେକ୍ନିକାଲ ଲାବ୍ରୋଟୋରିକୁ ପଠାଯିବ। ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ୍ ଚାଲିଛି। ପାକିସ୍ତାନର ଯେଉଁ ଯୁବତୀଙ୍କ ହନିଟ୍ରାପ୍ରେ ବାବୁରାମ ଫସିଥିଲେ, ସେସମୟରେ କିଛି ଆର୍ଥିକ ଅନୁଗ୍ରହ ସମ୍ପର୍କରେ ପ୍ରମାଣ ମିଳିଛି। ତେବେ ବାବୁରାମଙ୍କୁ ଅଧିକ ପଚରାଉଚରା ପାଇଁ ଆଉଥରେ ରିମାଣ୍ଡ ଆବେଦନ କରାଯିବ ବୋଲି ବାଲେଶ୍ବର ଏସ୍ପି ସାଗରିକା ନାଥ କହିଛନ୍ତି।

ଏଣେ ବାବୁରାମଙ୍କର ରାୱାଲାପିଣ୍ଡିର ଜଣେ ସନ୍ଦିଗ୍ଧ ଯୁବତୀଙ୍କ ସହିତ ସୋସିଆଲ୍‌ ମିଡିଆରେ ସମ୍ପର୍କ ସୃଷ୍ଟି ହେବାପରେ ଉଭୟଙ୍କ ମଧ୍ୟରେ ମୋବାଇଲ୍‌ ନମ୍ବର ଦିଆନିଆ ହୋଇ କଥାବାର୍ତ୍ତା ଆଗକୁ ବଢ଼ିଥିଲା। ଏହିସମୟରେ ଯୁବତୀଜଣକ ଘନିଷ୍ଠତା ବଢ଼ାଇ ବାବୁରାମଙ୍କୁ ନିଜ ଜାଲରେ ପକାଇଥିବା କୁହାଯାଉଛି। ମିଠାକଥା, ପ୍ରେମାଳାପ ସହ ନିଜର ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ବାବୁରାମଙ୍କଠାରୁ ଆଇଟିଆର୍‌ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ଉକ୍ତ ଯୁବତୀ। ଆଉ ତା’ ମାୟାରେ ପଡ଼ି ବାବୁରାମ ବିଭିନ୍ନ କ୍ଷେପଣାସ୍ତ୍ର, ତାର ପରୀକ୍ଷଣ, ଫଟୋ, ଭିଡିଓ ଓ ପ୍ରତିରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ଲିକ୍ କରିଥିବା ଜଣାପଡ଼ିଛି।

By

Leave a Reply

Your email address will not be published. Required fields are marked *