ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ: ମୁମ୍ବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଏମଡି ମୁକେଶ ଆମ୍ବାନୀଙ୍କୁ ଭେଟିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମଜବୁତ କରିବା ଏବଂ ଓଡ଼ିଶାକୁ ନିବେଶର ଏକ ଉତ୍ତମ ସ୍ଥାନ ଭାବେ ଗଢ଼ି ତୋଳିବା ଦିଗରେ ନବୀନ ପଟ୍ଟନାୟକ ଏବଂ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ସେହିପରି ଓଡ଼ିଶାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି । ଏହି ଅବସରରେ ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରରେ ଅପର୍ଯ୍ୟାପ୍ତ ସୁଯୋଗ ଥିବା ନେଇ ମୁକେଶ ଅମ୍ବାନୀଙ୍କୁ ଅବଗତ କରାଯାଇଥିଲା । ୫ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସମୟରେ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours