Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି ମାମଲାରେ କଥିତ ଭାବେ ହୋଇଥିବା ଦୁର୍ନୀତିରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦୀର୍ଘ ୮ ଘଣ୍ଟାର ଜେରା ପରେ ତାଙ୍କୁ ରବିବାର ଗିରଫ କରାଯାଇଥିଲା । କୋର୍ଟରେ ମନୀଷଙ୍କୁ ହାଜର ବେଳେ ବ୍ୟାପକ ସଂଖ୍ୟାରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *