ମାର୍ଚ୍ଚ ମାସରୁ କଟିବ ଚାଲାଣ,ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଶବ୍ଦମିଡ଼ିଆ ବ୍ୟୁରୋ:ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁସାରେ ଏଚଆରପିସି ଏବଂ କଲର କୋଡ ଷ୍ଟିକର ନ ଲଗାଇଲେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯାଞ୍ଚ କଡାକଡି କରାଯିବ। ଯାହାର ଏଚଆରପିସି ନମ୍ବର ନ ଥିବ କିମ୍ବା ଅନ୍ୟ ନମ୍ବରରେ ଗାଡି ଚଳାଚଳ କରୁଥିବ ସେସବୁକୁ ଜବତ କରାଯିବ ବୋଲି ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି
ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିବା ଯାନରେ ଏଚଆରପିସି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ଗାଡିର ନମ୍ବର ୧,୨,୩,୪, ୫ ଏବଂ ୬ରେ ଶେଷ ହେଉଥିଲା ସେଥିପାଇଁ ୨୦୨୨ ଡିସେମ୍ବର ୩୧ ତାରିଖକୁ ସମୟ ସୀମା ଧାର୍ୟ୍ୟ କରାଯାଇଥିଲା। ସେହିପରି ୭ ଓ ୮ରେ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ଜାନୁୟାରୀ ୩୧ରେ ଶେଷ ହୋଇଛି । ୯ ଏବଂ ୦ ସହିତ ଶେଷ ହେଉଥିବା ଯାନ ପାଇଁଏଚଆରପିସି ଲଗାଇବାର ଶେଷ ତାରିଖ ଫେବୃଆରୀ ୨୮କୁ ଧାର୍ୟ୍ୟ କରାଯାଇଥିଲା।
ଏ ସଂକ୍ରାନ୍ତରେ ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି ଯେ , ଚଳିତ ମାସ ୧୩ ତାରିଖ ସୁଦ୍ଧା ୩୮, ୪୯, ୪୯୮ ଗାଡି ମାଲିକ ସ୍ଲଟ ବୁକିଂ କରିଛନ୍ତି । ସେଥିମଧ୍ୟରୁ ୩୧,୬୫୮୫୦ ଗାଡିରେ ଏଚଆରପିସି ଲାଗିଛି। ଏହାବ୍ୟତୀତ ଅନେକ ଗାଡି ମାଲିକ ସ୍ଲଟ ବୁକିଂ କରି ମଧ୍ୟ ଏଚଆରପିସି ଲଗାଉନାହାନ୍ତି । ଆୟୋଗ ପକ୍ଷରୁ କରାଯାଇଥିବା ତଦନ୍ତ ବେଳେ ଏହା ଜଣାପଡିଛି। ଏହାଛଡା ଯେଉଁ ମାଲିକଙ୍କ ପାଖକୁ ଇ-ଚାଲାଣ ଯାଉଛି, ଏହା ସେମାନଙ୍କ ଗାଡି ନୁହେଁ ବୋଲି ଅଭିଯୋଗ କରୁଛନ୍ତି। ବିେଶଷ କରି ଟୋଲ ଗେଟରେ ଥିବା ସ୍ବୟଂଚାଳିତ ଚାଲାଣ ମେସିନ ଓ ଜାତୀୟ ରାଜପଥରେ ଲାଗିଥିବା ଗତିମାପକ କ୍ୟାମେରା ମାଧ୍ୟମରେ ଆସୁଥିବା ଚାଲାଣ ସଂକ୍ରାନ୍ତରେ ଏପରି ଅଭିେଯାଗ ଆସିଛି। ଏଥିରୁ ଜଣାପଡୁଛି ଯେ ଜାଲ ନମ୍ବରରେ ବହୁ ସଂଖ୍ୟକ ଯାନବାହନ ଚଳାଚଳ କରୁଛି। ଏ ନେଇ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯାଞ୍ଚ କଡାକଡି କରାଯିବ। ଯାହାର ଏଚଆରପିସି ନମ୍ବର ନ ଥିବ କିମ୍ବା ଅନ୍ୟ ନମ୍ବରରେ ଗାଡି ଚଳାଚଳ କରୁଥିବ ସେସବୁକୁ ଜବତ କରାଯିବବୋଲି କହିଛନ୍ତି। ଏହାଛଡା ନିର୍ଦ୍ଧାରିତ ସମୟ ମଧ୍ୟରେ ଏଚଆରପିସି ସଂଲଗ୍ନ ନ ହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ପ୍ରଥମେ ଏଥିପାଇଁ ୫ ହଜାର ଏବଂ ପରବର୍ତ୍ତୀ ଅବସ୍ଥାରେ ୧୦ହଜାର ଟଙ୍କା ଜରିମାନା କରାଯିବ ବେଲି ଶ୍ରୀ ସେଠୀ କହିଛନ୍ତି।

You May Also Like

More From Author

+ There are no comments

Add yours