ଆଜିଠୁ ଆରମ୍ଭ ହେବ କୃଷି ଓଡ଼ିଶା ସମ୍ମିଳନୀ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:କୃଷି ଓ କୃଷକ ମାନଙ୍କ ଉଦ୍ଧେଶ୍ୟରେ ଆଜି ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ସମ୍ମିଳନୀ।ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବ ୩ ଦିନିଆ କୃଷି ଓଡିଶା ସମ୍ମିଳନୀ । ଏହି କୃଷି ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୨୧୨ଟି ଷ୍ଟଲ୍ ସ୍ଥାପନ କରାଯାଇଛି ।ଖବର ଅନୁଯାୟୀ, ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ସହ ସହଭାଗିତାରେ ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆରେ ହେବ ଅନୁଷ୍ଠିତ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ରହିଛି ‘କୃଷି ବିକାଶରେ ନୂତନ ଜ୍ଞାନ କୌଶଳ।ଏହି କାର୍ଯ୍ୟକ୍ରମରେ କୃଷି ଓ ଏହାସହ ଜଡିତ କ୍ଷେତ୍ରଗୁଡିକର ବିଭିନ୍ନ ବର୍ଗ ଉପରେ ମୋଟ ୨୧୨ଟି ଷ୍ଟଲ୍ ସ୍ଥାପନ କରାଯାଇଛି । ଏଥିରେ ବିଭିନ୍ନ ସରକାରୀ ସଂସ୍ଥା, ବ୍ୟାଙ୍କ ଓ କୃଷି ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ଏଫ୍‌ପିଓ, ଏସ୍‌ଏଚ୍‌ଜି, ଏନ୍‌ଜିଓ ଓ ଇନ୍‌ପୁଟ୍ ଡିଲର୍‌ମାନେ ମଧ୍ୟ କୃଷି ଓଡିଶାରେ ଅଂଶଗ୍ରହଣ କରିବେ । ଏଠାରେ କୃଷକମାନେ ୧୦ଟି ଥିମାଟିକ୍ ସେମିନାର୍ ମାଧ୍ୟମରେ ସଦ୍ୟତମ ଟେକ୍ନୋଲୋଜିଗୁଡିକ ବିଷୟରେ ଜାଣିବାକୁ ପାଇବେ । ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,କୃଷିବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।





You May Also Like

More From Author

+ There are no comments

Add yours