ଶବ୍ଦ ଓଡିଶା ବ୍ୟୁରୋ: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ଏହି ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବସାଇଟରୁ ଏହି ଫଳାଫଳ ଜାଣିପାରିବେ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ମ୍ୟାନଜମେଣ୍ଟ, ବୈଷୟିକ ପାଠ୍ୟକ୍ରମରେ ବି ଟେକ, ଏମ ଟେକ ସହିତ ଫାର୍ମାସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପରୀକ୍ଷାର୍ଥୀଙ୍କ ରାଙ୍କ ଆସିବ ।
