Thu. Oct 15th, 2026

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ତଥା ପୁରୀ ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ। ସର୍କିଟ ହାଉସ ଠାରେ ଶ୍ରୀମତୀ ପାଢ଼ୀ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ।

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟ ସମ୍ପର୍କରେ ପ୍ରମୁଖ ସଚିବ ସମୀକ୍ଷା କରିଥିଲେ। ସେହିପରି ଜିଲ୍ଲାର ଅନ୍ୟାନ୍ୟ ବିଭାଗ, ଉନ୍ନୟନ ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ପରେ ପ୍ରସ୍ତାବିତ ବିମାନ ବନ୍ଦର ଅଞ୍ଚଳ, ପଲିଟେକନିକ ଓ ଆଇଟିଆଇ କେନ୍ଦ୍ରକୁ ଶ୍ରୀମତୀ ପାଢ଼ୀ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *