ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ବିଧାୟକ

ଶବ୍ଦ ଓଡିଶା ବ୍ୟୁରୋ: ଜନତାଙ୍କ ପାଇଁ ଜୀବନକୁ ଲଗାଇଦେଲେ ବାଜି । ସମୁଦ୍ରରେ ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ଗୁଜୁରାଟର ବିଧାୟକ । ବୁଧବାର ଦିନ ଚାରିଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସମୁଦ୍ରର ଲହଡ଼ି ହଠାତ୍‌ ସେମାନଙ୍କୁ ଭିଡ଼ି ନେଇଥିଲା । ପରେ ସମୁଦ୍ର ଭିତରେ ୩ଜଣ ଫସିରହି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ଏହି ସମୟରେ ବିଧାୟକ ଜଣକ ସମୁଦ୍ର ଭିତରକୁ ଡେଇଁବା ସହ ଯୁବକମାନଙ୍କ ଜୀବନ ବଞ୍ଚାଇଥିଲେ । ଖାଲି ବିଧାୟକ ନୁହଁନ୍ତି ବିଧାୟକଙ୍କ ସହ କିଛି ସ୍ଥାନୀୟ ଲୋକ ମାଧ୍ୟ ସମୁଦ୍ର ଭିତରକୁ ଡେଇଁ ୪ ଯୁବକଙ୍କୁ ବଞ୍ଚାଇବୁ ଚେଷ୍ଟା କରିଥିଲେ ।

ଗୁଜୁରାଟର ରାଜୁଲା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ହିରା ସୋଲାଙ୍କି ଏପରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେହି ଅଞ୍ଚଳର କଲପେଶ ଶିଆଲ, ବିଜୟ ଗୁଜରିଆ, ନିକୁଲ ଗୁଜରିଆ ଏବଂ ଜୀବନ ଗୁଜରିଆ ସବୁଦ୍ରରେ ଗାଧୋଉଥିବାବେଳେ ଏପରି ଅଘଟଣ ଘଟିଛି । ଛାତ୍ରମାନେ ବୁଡ଼ିଯିବା ସମୟରେ ବିଧାୟକ ହିରା ସୋଲାଙ୍କି ସେଠାରେ ଉପସ୍ଥିତ ଥିଲେ । ଛାତ୍ରମାନେ ବୁଡ଼ିଯିବା ଦେଖି କିଛି ସ୍ଥାନୀୟ ଲୋକଙ୍କ ସହ ବିଧାୟକ ସମୁଦ୍ର ଭିତରକୁ ଡେଇଁପଡ଼ିଥିଲେ । ପରେ ପରେ ବିଧାୟକ ଓ ସ୍ଥାନୀୟ ଲୋକଙ୍କ ପ୍ରୟାସରେ ୩ଜଣ ଯୁବକଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ହେଲେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନଥିଲେ ।

You May Also Like

More From Author

+ There are no comments

Add yours