Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ଆସୁଥିବା ଅତିଥି/ଭକ୍ତଙ୍କୁ ଏକ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ । ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସମସ୍ତ 4ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତ ବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *