୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ

ଶବ୍ଦ ଓଡିଶା ବ୍ୟୁରୋ: ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ୫ ତାରିଖ ପୂର୍ବରୁ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଏବେ ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଳଦ୍ୱୀପ-କୋମାରିନର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହେଉଛି । ତେଣୁ ଆସନ୍ତା ୩ ତିନ ଭିତରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ ହୋଇଛି ।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତିରେ ଜଳୁଛି ପଶ୍ଚିମ ଓଡିଶା । ଗତକାଲି ୪୩.୪ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଏହା ପଛକୁ ୪୨.୬ ଡିଗ୍ରୀ ସହ ଝାରସୁଗୁଡା ରହିଛି ।

You May Also Like

More From Author

+ There are no comments

Add yours