ଜୁନ ୬ ପର୍ଯ୍ୟନ୍ତ ବଢିଲା ପଛୁଆ ବର୍ଗଙ୍କ ସର୍ଭେ ଅବଧି

ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ୩୦ ତାରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ବ୍ଲକ୍ ନୋଡାଲ ଅଧିକାରୀଙ୍କ ମଧ୍ୟମରେ ଏହାର ସମୀକ୍ଷା କରିଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସର୍ଭେ ଅବଧି ବୃଦ୍ଧି କରାଯାଇଅଛି । ଗଣନାକାରୀ ଘରକୁ ଘର ବୁଲି ଶତ ପ୍ରତିଶତ ପଛୁଆ ବର୍ଗଙ୍କ ଚିହ୍ନଟ ସହ ଫର୍ମ ପୂରଣ କରିବେ । ସମସ୍ତ ବ୍ଲକ ନୋଡାଲ ଅଧିକାରୀ ଏହାକୁ ସୁନିଶ୍ଚିତ କରିବେ । ତଥ୍ୟ ପ୍ରଦାନକାରୀ ବର୍ତ୍ତମାନ ଭୋଗ କରୁଥିବା ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେନାହିଁ ।

ଅପରପକ୍ଷେ, ସର୍ଭେ ସାମିଲ ନହେଲେ ଆଗାମୀ ଦିନରେ ପଛୁଆବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ସୁବିଧା ରୁ ବଞ୍ଚିତ ହୋଇପାରନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ପ୍ରତି ବ୍ଳକର ଗ୍ରାମ୍ୟ ସ୍ତରରେ ମାଇକ ଯୋଗେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂ ସମସ୍ତ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାସ ୧ ତାରିଖ ଠାରୁ ସମୀକ୍ଷା ଦିବସ ସୁଦ୍ଧା ଜିଲ୍ଲାରେ ମୋଟ ୪୩,୯୦୯ ପରିବାରର ୧ ଲକ୍ଷ ୫୫ ହଜାର ୩ଶହ ୫୫ ଜଣ ସର୍ଭେରେ ସାମିଲ ହୋଇଛନ୍ତି ଏବଂ ଆଗାମୀ ଜୁନ ୬ ତାରିଖ ସୁଦ୍ଧା ଏହାର ପରିମାଣ ବଢିପାରେ ବୋଲି ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି।

You May Also Like

More From Author

+ There are no comments

Add yours