ଭାରତରେ ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର

ଲିଥିୟମ ପାଇଁ ଏବେ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି । କାରଣ ଭାରତରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ମିଳିଛି ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର । ଲିଥିୟମ୍ ହେଉଛି ଏକ ଅଣ-ଲୌହ ଧାତୁ ଏବଂ ଇଭି ବ୍ୟାଟେରୀର ମୁଖ୍ୟ ଉପାଦାନ। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଜିଏସ୍‌ଆଇ) ଜାମ୍ମୁ କାଶ୍ମୀରରେ ରିୟାସି ଜିଲ୍ଲାର ସାଲାଲ-ହାଇମାନା ଅଞ୍ଚଳରେ ୫.୯ ମିଲିୟନ ଟନ୍‌ ଲିଥିୟମ୍ ସଂସାଧାନ (G3)ପ୍ରଥମ ଥର ନିଶ୍ଚିତ କରିଛି।
ଏ ନେଇ ଖଣି ମନ୍ତ୍ରଳାୟ ଲିଥିୟମ୍ ଏବଂ ସୁନା ସମେତ ମୋଟ ୫୧ଟି ମିନେରାଲ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ଦେଇଛି । ୫୧ ଟି ମିନେରାଲ ବ୍ଲକ ଭିତରେ ୫ଟି ବ୍ଲକ ସୁନାର ରହିଛି । ଅନ୍ୟ ବ୍ଲକଗୁଡିକ ପୋଟାଶ, ମଲିବଡେନମ୍, ବେସ୍ ମେଟାଲ ଆଦି ରହିଛି। ତେବେ ଏହା ଅନ୍ୟ ୧୧ ରାଜ୍ୟରେ ରହିଛି। ସେଗୁଡିକ ହେଲା ଜାମ୍ମୁ- କାଶ୍ମୀର (କେନ୍ଦ୍ର ଶାସିତ ରାଜ୍ୟ), ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ, ତାମିଲନାଡୁ ଏବଂ ତେଲେଙ୍ଗାନା। ଫିଲ୍ଡ ସିଜିନ୍ ୨୦୧୮-୧୯ରୁ ଏପର୍ଯ୍ୟନ୍ତ କରାଯାଇଥିବା କାମ ଆଧାରରେ ଜିଏସ୍‌ଆଇ ଦ୍ବାରା ଏହି ବ୍ଲକକୁ ପ୍ରସ୍ତୁତ କରାଯାଇଥିଲା। ଲିଥିୟମ ଇଲେକ୍ଟ୍ରେନିକ ଯାନ ବାହାନ , ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ତିଆରି କରିବାରେ ବେଶ୍ ସହାୟକ ହେବ । ଏହି ସୂଚନା ପରେ ଦେଶର ଆର୍ଥିକ ବିକାଶ ଘଟିବ ବୋଲି ଭୂତତ୍ତ୍ୱବିତ୍ ମାନେ କହିଛନ୍ତି ।
ଏହା ଛଡା ୭୮୯.୭୦ କୋଟି ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ସମ୍ବନ୍ଧୀୟ ୧୭ ଟି ରିପୋର୍ଟ ମଧ୍ୟ କୋଇଲା ମନ୍ତ୍ରଣାଳୟକୁ ଦେଇଛି,ଜିଏସଆଇ । ବିଭିନ୍ନ ଥିମ୍ ଏବଂ ଇଣ୍ଟରଭେନସନ୍ କ୍ଷେତ୍ର, ଯେଉଁଠାରେ GSI କାର୍ଯ୍ୟ କରିଥାଏ । ମନ୍ତ୍ରଣାଳୟ କହିଛି, ବୈଠକ ବେଳେ ଆଗାମୀ ପିଲ୍ଡ ସିଜିନ୍‌ ୨୦୨୩-୨୪ ପାଇଁ ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜିଏସ୍‌ଆଇର ୧୨ଟି ସାମୁଦ୍ରିକ ଖଣିଜ ଯାଞ୍ଚ ପ୍ରକଳ୍ପକୁ ମିଶାଇ ୩୧୮ ଖଣିଜ ଅନୁସନ୍ଧାନ ପ୍ରକଳ୍ପଗୁଡିକ ସହିତ ୯୬୬ କାର୍ଯ୍ୟକ୍ରମ ଚାଲିଛି।’
ବ୍ୟୁରୋ ରିପୋର୍ଟ,ଶବ୍ଦ ମିଡଆ

You May Also Like

More From Author

3Comments

Add yours

+ Leave a Comment