ଦିଲ୍ଲୀ ମହରୋଲିରେ ଜବରଦଖଲ ଉଚ୍ଛେଦ,ଡିଡିଏ ଭାଙ୍ଗିଲା ଲୋକଙ୍କ ଘର

ଦିଲ୍ଲୀ:ଦିଲ୍ଲୀ ସ୍ଥିତ ମହରୋଲି ଅଞ୍ଚଳରେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ଜବରଦଖଲକାରୀ ଉଚ୍ଛେଦ କରିବା ସହିତ ସସସ୍ତ୍ର ପୋଲିସ ବାହିନୀ ସହ ପହଞ୍ଚି କେତେକ ଫ୍ଲାଟକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି।ଏଭଳି ପରିସ୍ଥିରେ ସେଠାରେ ପହଞ୍ଚିଛନ୍ତି ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ।ସ୍ଥାନୀୟ ଲୋକମାନେ ଦିଲ୍ଲୀ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଲୋକମାନଙ୍କ କଥାକୁ କୌଣସିପ୍ରକାର ଶୁଣିନଥିଲେ।କୋର୍ଟର ଆଦେଶ ପରେ ମହରୋଲି ଠାରେ ଡିଡିଏ ଦ୍ୱାରା ଭଙ୍ଗାରୁଜା ଆରମ୍ଭ ହୋଇଥିଲା।ଡିଡିଏର ଏହି କାର୍ଯ୍ୟରେ ଆମ ଆଦମୀ ପାର୍ଟିର ସଦସ୍ୟ ବିରୋଧ କରିବା ସହ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ପୋଲିସ ଉପରକୁ ପଥର ଫିଙ୍ଗିଥିଲେ।ସ୍ଥାନୀୟ ଆମଆଦମୀ ପାର୍ଟି ସଦସ୍ୟଙ୍କ ସ୍ୱାମୀ ଅନେକ ଥର ପୋଲିସର କବଳରୁ ଖସିଯାଇଛନ୍ତି,ଲୋକମାନଙ୍କୁ ମଧ୍ୟ ଏହାର ଦେଖିଥିବାର ନଜର ଆସିଛି।ସରକାରୀ କାମରେ ବାଧା ଦେଇଛନ୍ତି ଆମ ଆଦମୀ ପାର୍ଟିର ନିଗମ ପାର୍ଶ୍ଵଦଙ୍କ ସ୍ୱାମୀ।ଦିଲ୍ଲୀସ୍ଥିତ ସ୍ଥାନୀୟ ମହରୋଲିଠାରେ ଦିଲ୍ଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ ହେବାର ଥିଲା। ସେପଟେ ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ ଥିଲା ଯେ ସେମାନେ ଏଠାରେ ଅନେକ ବର୍ଷ ହେଲା ରହିଆସୁଛନ୍ତି। ସେମାନଙ୍କର ଜାଗାକୁ ସେମାନେ ଦଖଲ(ରେଜିଷ୍ଟ୍ରେସନ) କରିଛନ୍ତି। ଏହି ଜାଗାକୁ ଆଧାରକରି ବ୍ୟାଙ୍କ ଦ୍ୱାରା ସେମାନେ ଋଣ ମଧ୍ୟ ପାଇଛନ୍ତି। ଏହା ପରେ ମଧ୍ୟ ଡିଡିଏ ଏସବୁ ସ୍ଥାନକୁ ଉଚ୍ଛେଦ କରିବା ଆସିଛନ୍ତି।ଆମ ଆଦମୀ ପାର୍ଟିରୁ ନିଗମ ପାର୍ଷଦଙ୍କ ସ୍ୱାମୀ ମହେନ୍ଦ୍ର ଚୌଧୁରୀ ସେହି ସ୍ଥାନରେ ଲୋକମାନଙ୍କୁ ଦାବି କରିଛନ୍ତି ଯେ ସମସ୍ତ ମହରୋଲିରେ ରହୁଥିବା ଲୋକମାନେ ଏକାଠି ହୁଅନ୍ତୁ ଏବଂ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରେ ସାହାଯ୍ୟ କରନ୍ତୁ।ଆହତ ଲୋକମାନେ ଏବଂ ନିଗମ ପାର୍ଶ୍ଵଦଙ୍କ ସ୍ୱାମୀ କହିଛନ୍ତି ଯେ ସେ କୌଣସି ପ୍ରକାରେ ମଧ୍ୟ ଏହି ଉଚ୍ଛେଦ ହେବାକୁ ଦେବେ ନାହିଁ।ଆମ ଆଦମୀ ପାର୍ଟିର ନିଗମ ପାର୍ଶ୍ଵଦଙ୍କ ସ୍ୱାମୀ କେନ୍ଦ୍ର ସରକାର ଏବଂ ଏଲଜି ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି।ସେହିପରି ଆଜିର ଏ ଘଟଣାରେ ଆପଣ ଫୋଟରେ ଦେଖିପାରିବେ ଯେ ଡିଡିଏ କିଭଳି ଲୋକମାନଙ୍କ ଘର ସବୁ ଭାଙ୍ଗିବାରେ ଲାଗିଥିଲା। ସେହିସମୟରେ ଜେସିବି ଭାଙ୍ଗୁଥିବା ସମୟରେ ଲୋକମାନେ ଜେସିବିର ଆଗକୁ ଚାଲିଆସିଥିଲେ। ସେତେବେଳେ କିନ୍ତୁ ପୋଲିସ ଫୋର୍ସ ଅଧିକ ଥିବାରୁ ଲୋକମାନଙ୍କୁ ସେମାନେ ଗାଡି ଆଗରୁ ହଟାଇଦେଇଥିଲେ। ଫ୍ଲାଟକୁ ଡିଡିଏ ଭାଙ୍ଗୁଥିବା ସମୟରେ ପହଞ୍ଚିଥିଲେ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ଏବଂ ନରେଶ ଯାଦବ କହିଥିଲେ ଯେ ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ଆଲୋଚନା ହେବ। କିନ୍ତୁ ଜଣାନାହିଁ ଦିଲ୍ଲୀ କର୍ତ୍ତୃପକ୍ଷଙ୍କ ଅଧିକାରୀ ଏତେ କମ ସମୟ ମଧ୍ୟରେ କାହିଁକି ଗରିବ ଲୋକମାନଙ୍କ ଘର ଭାଙ୍ଗିଦେଲେ। ଯେତେବେଳେ କି ଆଜିର ସମୟରେ ବହୁତ କଷ୍ଟରେ ଲୋକମାନେ ଏକ ଘର ନିର୍ମାଣ କରିପାରୁଛନ୍ତି ।କିନ୍ତୁ ଗୋଟିଏ ମୁହୂର୍ତ୍ତରେ ଏସବୁ ଡିଡିଏ ଦ୍ବାରା ଭାଙ୍ଗିଦିଆଗଲା।ଯେତେବେଳେ କି ଅନେକ ଥର ଆଲୋଚନା ହୋଇଛି ଯେ ଯେଉଁମାନଙ୍କର ଏଠାରେ ଘର ରହିଛି ସେମାନଙ୍କୁ ଥଇଥାନ କରିବା ପରେ ଏହାକୁ ଉଚ୍ଛେଦ କରିବାର ଥିଲା । ଏହା ସମ୍ପର୍କରେ ଅନେକ ଥର ଅଲୋଚନା ହୋଇଛି କିନ୍ତୁ ଦିଲ୍ଲୀ କର୍ତ୍ତୃପକ୍ଷ ଏହାକୁ ଶୁଣିନଥିଲେ।ଏହା କହିଥିଲେ ଆମ ଆଦ଼ମୀ ପାର୍ଟି ମାଲବୀୟ ନଗର ବିଧାୟକ ସୋମନାଥ ଭାରତୀ ଏବଂ ମହରୋଲି ବିଧାୟକ ନରେଶ ଯାଦବ।

You May Also Like

More From Author

+ There are no comments

Add yours