ରାୟଗଡାରେ ଫାଇଲେରିଆ ନିରାକରଣ ନିମନ୍ତେ ଏମଡିଏ କାର୍ଯ୍ୟକ୍ରମ

https://youtu.be/x7rC14JdGsc

ରାୟଗଡ: ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠ ଆନୁକୁଲ୍ୟରେ କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ବର୍ଣ୍ଣାଢ଼୍ୟ ଉତ୍ସବରେ ଏମଡିଏ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ କର କମଳରେ Mass Drug Administrater ଏମ ଡି ଏ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଅନ୍ୟତମ ଜିଲ୍ଲା ସ୍ୱାସ୍ଥ୍ୟ ପଦାଧିକାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି ,ସନ୍ତୋଷ ପଣ୍ଡା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ , ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୀପ୍ତ କୁମାର ସୁବୁଦ୍ଧି, ଡକ୍ଟର ସୁନୀଲ ମହାପାତ୍ର, ଡକ୍ଟର ସସ୍ମିତା ଆଚାର୍ଯ୍ୟ,ସଂଯୁକ୍ତା ବେହେରା, କିଶୋର ପଟ୍ଟନାୟକ, ରଞିତ ପଲାଇ, ମନୋଜ ପଣ୍ଡା , ସ୍ୱାସ୍ଥ୍ୟକର୍ମୀ ନମିତା ସେଠି ,ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିସିଆଇର ଜିଲ୍ଲା ଅଧିକାରୀ ବିଜୟ କୁମାର ବେହେରା ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୟନା ରୟତା ପ୍ରମୁଖ ଉପସ୍ଥିତ ଥିଲେ ।
ଉଦଘାଟିତ କାର୍ଯ୍ୟକ୍ରମ ଜରିଆରେ ଫାଇଲେରିଆ ରୋଗ ନିରାକରଣ ଓ ରକ୍ତ ହୀନତାରୁ ନିଜକୁ ରକ୍ଷା କରିବାକୁ ଲକ୍ଷ ରଖାଯାଇଛି । ଏହିଏମଡି କାର୍ଯ୍ୟକ୍ରମ ୧୯ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ବ୍ଲକ ର ସମସ୍ତ ୩୬୭ ଗ୍ରାମ ରେ କାର୍ଯ୍ୟକାରୀ ହେବ।
ଏହି ସମସ୍ତ ଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ବାରା ପ୍ରତ୍ୟେକ ଦିନ ୨୫ ଟି ଘର ପରିଦର୍ଶନ କରି ୨ବର୍ଷରୁ ଉର୍ଦ୍ଧ୍ବ ପରିବାର ସମସ୍ତ ବ୍ୟକ୍ତି ଙ୍କୁ ଏହି ଔଷଧ ସେବନ କରାଇବେ । ଆଜି ଏହି ଉଦଘାଟନ ଅବସର ରେ କନ୍ଧ ମାଲିଂଗା ବାଳିକା ବିଦ୍ୟାଳୟର ସମସ୍ତ ଛାତ୍ରୀ ସମସ୍ତ ଶିକ୍ଷୟତ୍ରୀ ତଥା ସେମାନଙ୍କର ସମସ୍ତ ପରିବାର ସଦସ୍ୟ ମାନଙ୍କୁ ଔଷଧ ସେବନ କରାଯାଇଛି। ଏତଦ୍ ବ୍ୟତୀତ କୃମି ନାଶକ ବଟିକା ଆଲବେଣ୍ଡାଜଲ ଔଷଧ ମଧ୍ୟ ସେବନ କରାଯାଇଛି। ଏହି କାର୍ଯ୍ୟକ୍ରମ ଉଦଘାଟନ ପରେ ସିଡିଏମଓ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି କହିଥିଲେ, ଏହି ବଟିକା ଖାଇବା ଦ୍ବାରା ଗୋଦର ଗୋଡ଼ ,ଓ ହାଇଡ୍ରୋସିଲ ଭଳି ରୋଗରୁ ରକ୍ଷା ପାଇଁ ପାରିବେ । ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ସେ କହିଛନ୍ତି । ଏପରିକି ଏହି ଔଷଧ ସେବନ କରି ସମସ୍ତଙ୍କୁ ସେ ଉତ୍ସାହିତ କରିବା ସହିତ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ଜିଲ୍ଲାର ଜଗନ୍ନାଥପୁର ସ୍ୱାସ୍ଥ୍ୟ ବ୍ଲକ,ବିଷମ କଟକ ବ୍ଲକ ଓ ଗୁଡ଼ାରି ବିଜ୍ଞାପିତ ଅଂଚଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ରାୟଗଡାରୁ ଅଜିତେଶ ପଟ୍ଟନାୟକ,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours