ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ, ଜାଣନ୍ତୁ କେବେ?

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୫ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ୬ଟା ୫ମିନିଟରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନଟି ଯାତ୍ରା ଆରମ୍ଭ କରି ଦୁବାଇରେ ୯ଟା ୪୫ମିନିଟରେ ପହଂଚିବ ବୋଲି ଜଣାପଡ଼ିଛି ।
ସେହିପରି ଦୁବାଇ-ଭୁବନେଶ୍ୱର ବିମାନଟି ମାର୍ଚ୍ଚ ୫ରେ ଦୁବାଇ ବିମାନବନ୍ଦରରୁ ସକାଳ ୧୧ଟା ୨୫ମିନିଟରେ ବାହାରି ସନ୍ଧ୍ୟା ୫ଟା ୦୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ । ଏହି ବିମାନରେ ଏକକାଳୀନ ୧୮୬ଜଣ ଯାତ୍ରୀ ଯିବାର ସୁବିଧା ରହିଛି ।

You May Also Like

More From Author

+ There are no comments

Add yours