Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ୧୧।୦୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳ ୯ଟା ୧୦ରେ ଶ୍ରୀଲିଙ୍ଗରାଜ ମନ୍ଦିର ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ କରିବେ ରାଷ୍ଟ୍ରପତି ।ପରେ ସେଠାରୁ ଭୁବନେଶ୍ବର ଏୟାରପୋର୍ଟ ଯିବେ।୯ ଟା ୫୦ ରେ ଭୁବନେଶ୍ବରରୁ କଟକ ଅଭିମୁଖେ ବାହାରିବେ। ଏମ.ଆଇ. -17 ହେଲିକପ୍ଟରରେ ଯାଇ ସେ ଦିନ ୧୦ ଟା ୨୦ରେ କଟକରେ ପହଞ୍ଚିବେ। କଟକରେ ହେଲିପ୍ୟାଡ୍ ରେ ଓହ୍ଲାଇ ୧୦ ଟା ୪୫ରେ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିବେ ରାଷ୍ଟ୍ରପତି। ଦିନ ୧୧ଟାରେ ଦ୍ବିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସର ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଦେଢ ଶହ ଅଫିସର ମୁତୟନ କରାଯିବ । ଖୋଦ କଟକ ଡିସିପି ସୁରକ୍ଷା ଦାୟିତ୍ବ ରେ ରହିବେ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ଲୁ ବୁକ ଅନୁସାରେ କରାଯାଇଛି । ୧୨ଟା ୧୫ରେ କଟକରୁ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି। ୧୨ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ୧୨ ଟା ୫୫ରେ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ଯିବା ସମୟରେ ବିମାନରେ ହିଁ ସେ ତାଙ୍କର ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ ଟା ୪୦ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ।

By

Leave a Reply

Your email address will not be published. Required fields are marked *