ଲୋପ ପାଇବ କି ହନୁ ମାଙ୍କଡ ପ୍ରଜାତି? 

 

ଶବ୍ଦ ଓଡିଶା ବ୍ୟୁରୋ: ହନୁ ମାଙ୍କଡକୁ ସାଧାରଣତଃ ସମସ୍ତେ ଦେଖିଛନ୍ତି । ମାଙ୍କଡମାନେ ବାରି ଘରେ ଫସଲ ନଷ୍ଟ କରିଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଜାତିକୁ କମ କରିବା ପାଇଁ ଚେଷ୍ଟା କରାଯାଉଥିବା କଥା ସାମ୍ନାକୁ ଆସିଥାଏ । ତେବେ ଏନେଇ କିଛି ବୈଜ୍ଞାନିକମାନେ ଗବେଷଣା ମଧ୍ୟ ଆରମ୍ଭ କରିଦେଇଥିଲେ ଏବଂ ଲାଗିପଡିଥିଲେ ବିଭିନ୍ନ ପରୀକ୍ଷା ନିରୀକ୍ଷାରେ ।

ଫସଲ ଉଜାଡ଼ି କୃଷକଙ୍କ ଜୀବିକା ନଷ୍ଟ କରୁଥିବାରୁ ସମଗ୍ର ଦେଶରୁ ‘ଭର୍ଭେଟ୍ ମଙ୍କି’  ବା ହନୁ ପ୍ରଜାତିର କଳାମୁହାଁ ବାନର ବଂଶ ବୁଡ଼ାଇ ଦେବାପାଇଁ କାରିବିୟାନ୍ ଦ୍ବୀପଦେଶ ସିଣ୍ଟ୍ ମାର୍ଟିନ୍ ନିଷ୍ପତ୍ତି ନେଇଥିବା କଥା ‘ଦି ଗାର୍ଡିୟାନ୍’ ରିପୋର୍ଟ କରିଛି।

ଆଦିମ ପ୍ରଜାତିର ଏହି ବାନର ଫସଲ ଉଜାଡ଼ି ସେମାନଙ୍କର ଜୀବିକା ଧ୍ବଂସ କରୁଥିବା କଥା କୃଷକମାନେ ଅଭିଯୋଗ କରିବା ପରେ ସମଗ୍ର ଦେଶରୁ ଏମାନଙ୍କୁ ନିପାତ କରିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ପ୍ରବଳ ଉତ୍ପାତ କରୁଥିବାରୁ ସ୍ଥାନୀୟ ଲୋକେ ଏହି ବାନରମାନଙ୍କୁ ଉତ୍ସୃଙ୍ଖଳ ବୋଲି କହୁଛନ୍ତି। କିନ୍ତୁ, ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରି ସମାଲୋଚକମାନେ ପ୍ରସ୍ତାବ ଦେଇଛନ୍ତି ଯେ, ହତ୍ୟା କରିବା ପରିବର୍ତ୍ତେ ବାନରମାନଙ୍କ ସଂଖ୍ୟା ବୃଦ୍ଧି ରୋକିବାକୁ ସେମାନଙ୍କୁ ବନ୍ଧ୍ୟା କରିଦିଆଯାଉା। ‘ନେଚର୍ ଫାଉଣ୍ଡେସନ୍ ସେଣ୍ଟ୍ ମାର୍ଟିନ୍’ ଏନ୍.ଜି.ଓ. ଏହି ସରକାରୀ ଅନୁଦାନପ୍ରାପ୍ତ ଯୋଜନା ପାଇଁ କାର୍ୟ୍ୟ କରିବ। ୩ ବର୍ଷ ମଧ୍ୟରେ ଏହି ‘ଏନଜିଓ’ ୪୫୦ରୁ ଊର୍ଦ୍ଧ୍ବ ମାଙ୍କଙ୍କୁ ଧରି ସେମାନଙ୍କ ଯନ୍ତ୍ରଣାମୁକ୍ତ ମୃତ୍ୟୁ ପାଇଁ ବ୍ୟବସ୍ଥା କରିବ।

ଏହି ଫାଉଣ୍ଡେସନ୍ର ମ୍ୟାନେଜର୍ ଲିସାଇଲ୍ ହିକର୍ସନ୍ ‘ଦି ଗାର୍ଡିୟାନ୍’କୁ କହିଛନ୍ତି, ଦେଶଜ ନ ହୋଇ ଯଦି କୌଣସି ଜୀବ ପ୍ରଜାତି କୌଣସି ଅଞ୍ଚଳରେ ସେମାନଙ୍କର ସଂଖ୍ୟା ମାତ୍ରାଧିକ ବୃଦ୍ଧି କରେ ତେବେ ଜନତାଙ୍କ ଆଗାମୀ ପିଢ଼ି ପାଇଁ ଦ୍ବୀପକୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ଦମନ କରାଯିବା ଉଚିତ। ବିଶେଷକରି, ସେ ବାନରମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ କୌଣସି ପ୍ରାକୃତିକ ଶତ୍ରୁ ନ ଥିଲେ ଏଭଳି ପଦକ୍ଷେପ ଗ୍ରହଣ କରିବା କଥା। ତେବେ ମିଳିଥିବା ସୂଚନା ଅନୁସାରେ ‘ଭର୍ଭେଟ୍’ ବାନରମାନେ ଦକ୍ଷିଣ ଓ ପୂର୍ବ ଆଫ୍ରିକାର ମୂଳ ଅଧିବାସୀ। ୧୭ଶ ଶତାବ୍ଦୀରେ ସେମାନଙ୍କୁ ଏହି କାରିବୀୟ ଦେଶକୁ ଅଣାଯାଇଥିଲା।

You May Also Like

More From Author

+ There are no comments

Add yours