ଚାଲିଛି ଡଟ୍ ଫେଷ୍ଟ, ଝୁମୁଛି ଭୁବନେଶ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଚାଲିଛି ଡଟ୍ ଫେଷ୍ଟ । ଭୁବନେଶ୍ୱରରେ ରାତି ହେଲା ମାତ୍ରେ ଡଟ୍ ଫେଷ୍ଟରେ ଅସମ୍ଭାଳ ଭିଡ । ଲାଇଟ୍ ସାଉଣ୍ଡ ମ୍ୟୁଜିକ୍ ରେ ଦୁଲୁକୁଛି ରାଜଧାନୀର ରାତି । ଲାଇଟ ଚମକରେ ଝଲସି ଉଠୁଛି ଆଖି । ହକି ପାଇଁ ମନ୍ଦିରମାଳୀନ ରାଜଧାନୀ ସତେ ଯେମିତି ନୂଆବୋହୁ ବେଶରେ ସଜେଇ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବଡ ବଡ ହୋଟେଲ ମାନଙ୍କର ଫୁଡ୍ ଷ୍ଟଲ ପଡିଛି । ଏହା ସହିତ ନାଚ ଗୀତକୁ ବଲିଉଡ ଷ୍ଟାର ମାନଙ୍କର ଧମାକେଦାର ପରଫରମାନ୍ସ । ୮ମ ଦିନରେ ଆସିଥିଲେ ୯୦ଦଶକର ଲଭ୍ ବାର୍ଡ । ବଲିଉଡର ନାମିଦାମି ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ । ସନ୍ଧ୍ୟାରେ ୩ଘଂଟା ବାନ୍ଧି ରଖିବାଠୁ ନେଇ ହୃଦୟ ଛୁଇଁଲା ଭଳି ଗୀତ ଗାଇଛନ୍ତି ଉଭୟ । ସୁପରହିଟ୍ ଯୋଡିଙ୍କୁ ଶୁଣିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠାର ବେସ ବାରିହୋଇପଡୁଥିଲା । ସେପଟେ ଡଟ୍ ଫେଷ୍ଟର ସପ୍ତମ ଦିନରେ ନାଚିଲା, ଗାଇଲା ଝୁମିଲା ଭୁବନେଶ୍ୱର । ଓଲିଉଡ ବଲିଉଡ ଗୀତରେ ଜଲୱା ଦେଖାଇଥିଲେ କଳାକାର । ସଂଧ୍ୟ୍ୟା ଆରମ୍ଭରେ ପ୍ରଥମେ ଓଡିଆ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ ମଂଚକୁ ଓହ୍ଲାଇ ଦର୍ଶକଙ୍କୁ ଝୁମେଇ ଥିବା ବେଳେ ତାଙ୍କ ପରେ ମଂଚକୁ ଆସିଥିଲେ ଅମିତ ତ୍ରିବେଦୀ । ବଲିଉଡ୍ ସିଙ୍ଗର ଅମିତ୍ ତ୍ରୀବେଦୀଙ୍କ ପଞ୍ଜାବୀ ଠୁମକା ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା । ଶେଷରେ ପଞ୍ଜାବୀ ଠୁମକା, ଗରବା, ଲଣ୍ଡନ ଠୁ ମକଦା ଗୀତ ଦର୍ଶକଙ୍କୁ ଚେୟାର ଛାଡି ନାଚିବାକୁ ବାଧ୍ୟ କରିଥିଲା । ପ୍ରଥମେ ଓଡିଶାରେ ହକି ବିଶ୍ୱକପ୍ ଏବଂ ଏତେ ବଡ ଫେଷ୍ଟ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଂଶସା କରିଥିଲେ ଅମିତ୍ । ପରେ ମହାଦେବଙ୍କ ସଂଗୀତ ‘ନମୋ ନମୋ ଆଦିଶଙ୍କରା’ ସଙ୍ଗରୁ ସନ୍ଧ୍ୟାର ଆରମ୍ଭ ହୋଇଥିଲା ।

You May Also Like

More From Author

+ There are no comments

Add yours