ପୁଣି ଭୂକମ୍ପରେ ଥରିଉଠିଲା ତୁର୍କୀ : ରିକ୍ଟର ସ୍କେଲରେ ତିବ୍ରତା ୫.୬ ରେକର୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଭୟଙ୍କର ଭୂମିକମ୍ପରେ ଥରିଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସୁଦ୍ଧା ୪ହଜାରରୁ ଉର୍ଦ୍ଧ୍ୱ ମୃତଦେହ ଉଦ୍ଧାର ହେଲାଣି ।
ତୁର୍କୀରେ ପ୍ରଥମ ଝଟକା ଯୋଗୁଁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

You May Also Like

More From Author

+ There are no comments

Add yours