Sat. Oct 17th, 2026

ଶବ୍ଦ ମିଡ଼ିଆ ବ୍ୟୁରୋ:ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେବା ପରେ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଛି। ଠକେଇ ମାମଲାରେ ସିବିଆଇ ଦାୟର କରିଥିବା ଚାର୍ଜସିଟ୍ ଏବଂ ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ରବୀନ୍ଦ୍ର ଜେନା। ଏହାରି ଉପରେ ଶୁଣାଣି କରି ହାଇକୋର୍ଟ ଏପରି କିଛି କହିଛନ୍ତି।

ଠକେଇ ମାମଲାରେ ଆବେଦନ ରଦ୍ଦ କରିବାକୁ ଯାଇ ହାଇକୋର୍ଟରେ ସିବିଆଇ ଏବଂ ରବୀନ୍ଦ୍ର ଜେନା ପକ୍ଷ ରଖିଥିଲେ। ଉଭୟ ନିଜ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ। ସିବିଆଇ କହିଥିଲା, ରବୀନ୍ଦ୍ର ଜେନା ସିସୋର ସଂସ୍ଥାଠାରୁ ଟଙ୍କା ନେଇଥିଲେ। ଏପରି କରି ସେ ରାଜନୈତିକ ସୁରକ୍ଷା ଦେବାକୁ ସଂପୃକ୍ତ ସଂସ୍ଥାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ରବୀନ୍ଦ୍ର ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା ବୋଲି କୋର୍ଟରେ ସିବିଆଇର ପକ୍ଷ ରଖିଥିବା ଆଇନଜୀବୀ ସାର୍ଥକ ନାୟକ। ସେହିପରି ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖନ୍ନା ମାମଲା ପରିଚାଳନା କରୁଥିଲେ।

ମିଳିଥିବା ସୂଚନା ଅନୁସାରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ବରର ପୂର୍ବତନ ସାଂସଦ ଜେନା ୧.୭୫ କୋଟି ଟଙ୍କା ସଂପୃକ୍ତ ସଂସ୍ଥା ପାଖରୁ ନେଇଥିଲେ। ୨୦୧୪ରେ ହୋଇଥିବା ଏହି ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟର ଅନେକ ବିଜେ଼ଡି ନେତା ଫସିଥିଲେ ଏବଂ ପରେ ଜେଲ୍ ମଧ୍ୟ ଯାଇଥିଲେ। ନିକଟରେ ଚିଟଫଣ୍ଡ ଠକେଇ ମାମଲାରେ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ କୋର୍ଟ କହିଥିଲେ। ମାମଲାର ତ୍ବରିତ ତଦନ୍ତ ପାଇଁ ସିବିଆଇକୁ କୋର୍ଟ କହିଥିଲେ। ହେଲେ ସତ୍ୟପାଠରେ ସିବିଆଇ କହିଥିଲା, ଏହି ମାମଲାରେ ଅନେକ ବଡ ବଡିଆଙ୍କ ସଂପୃକ୍ତି ରହିଥିବାରୁ ମାମଲା ବାଟବଣା ହୋଇଛି ତଦନ୍ତ ପ୍ରକ୍ରିୟା ବେଳେ ଯେଉଁଥିପାଇଁ ବିଳମ୍ବ ହେଉଛି।

By

Leave a Reply

Your email address will not be published. Required fields are marked *