ପୁରୀ ଜିଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ

ଶବ୍ଦ ମିଡ଼ିଆ ବ୍ୟୁରୋ: ପୁରୀ ଜିଲାର ଗୋପଠାରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । କୁଶୁପୁରର ୮ ଏକର ଜମିରେ ଏହି କାର୍ଯ୍ୟ ଚାଲିଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବ । ଆଉ ପ୍ରତି ପର୍ଯ୍ୟାୟରେ ବାହାରିବାକୁ ଥିବା କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯିବ।ଏହା ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ । ୨ ବର୍ଷ ଯାଏ ଏହି କାର୍ଯ୍ୟ ଭିତରେ ତୈଳର ପରିମାଣ କେତେ ଅଞ୍ଚଳରେ କେତେ ପରିମାଣରେ ରହିଛି ଜଣାପଡିବା ପରେ ଅଶୋଧିତ ତୈଳ ଉତ୍ତୋଳନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି । ଅଏଲ ଇଣ୍ଡିଆ ସର୍ଭେରୁ ଏଠାରେ ତେଲ ମିଳିବା ନେଇ ସନ୍ଧାନ ମିଳିବା ପରେ ଖୋଳାଖୋଳି କାମ ଚାଲିଛି । ଦେଶର ୫୦ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ମେସିନ ଲଗାଯାଇଛି ।ଆସାମର ଅଭିଜ୍ଞ କର୍ମଚାରୀ ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋପ ବ୍ଲକ କୁଶୁପୁର, ମହଲପଜା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା । ପରେ କୁଶୁପୁର ଅଞ୍ଚଳର ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯାଇଛି ।

You May Also Like

More From Author

+ There are no comments

Add yours