ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କ ପରଲୋକ

ଶବ୍ଦ ଓଡିଶା ବ୍ୟୁରୋ: ସାହିତ୍ୟିକା ନିର୍ମଳାପ୍ରଭା ନାୟକଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୩ବର୍ଷ ବୟସରେ ପରଲୋକ ହୋଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୨୦ ମସିହାରେ ସେ ‘ବିଶିଷ୍ଟ ସାରସ୍ୱତ ସାଧିକ’ ସମ୍ମାନ ପାଇଥିଲେ ।
ପାଟକୁରା ଗାନ୍ଧି ଭାବେ ପରିଚିତ ପୂର୍ବତନ ବିଧାୟକ ଦିବଂଗତ ରାଜକିଶୋର ନାୟକଙ୍କ ପତ୍ନୀ ଭାବେ ଶ୍ରୀମତୀ ନାୟକଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିବାହ ପରେ ନିଜ ପ୍ରଚେଷ୍ଟାରେ ଶିକ୍ଷୟିତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାୟାହ୍ନର ସ୍ମ୍ମୃତି’ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ତାଙ୍କୁ ପୁରସ୍କାର ବାବଦରେ ଅର୍ଥରାଶିକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ ।

You May Also Like

More From Author

+ There are no comments

Add yours