ଶକ୍ତି କ୍ଷେତ୍ରରେ ବିଶେଷ ଗୁରୁତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ …

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ବେଙ୍ଗାଲୁରୁରେ ଇଣ୍ଡିଆ ଏନର୍ଜୀ ୱିକ୍-୨୦୨୩ରେ ସେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ସୋଲାର କୁକିଂ ସିଷ୍ଟମର ଟ୍ୱିନ-କୁକଟପ୍ ମଡେଲର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦେଶବାସୀଙ୍କ ପାଇଁ ଆଗାମୀ ୫ ବର୍ଷ ଯାଏ ନବୀକରଣୀୟ ଉତ୍ସ, ହାଇଡ୍ରୋଜେନ, ଆମୋନିଆ ସହିତ ଉର୍ଜାର ନୂଆ ଅବତାରର ଉତ୍ପାଦନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ମୋଦୀ ଆହୁରି ମଧ୍ୟ କହିଥିଲେ, ମହାମାରୀ ଏବଂ ଯୁଦ୍ଧ ପରେ ମଧ୍ୟ ଭାରତ ଏକ ଗ୍ଲୋବାଲ ବ୍ରାଇଟ ସ୍ପଟ୍ ।
ସେ ଆହୁରି ମଧ୍ୟ କହିଥିଲେ, ଆମର ଲକ୍ଷ୍ୟ ଦେଶକୁ ଏକ ନଂ ଇଲେକଟ୍ରୋନିକ୍ସ ବାହାନ ନିର୍ମାଣ କରିବା । ଆମ ପାଖରେ ଇଲେକଟ୍ରୋନିକ୍ସ ବାହନନୀତି ମଧ୍ୟ ଉପଲବ୍ଧ ରହିଛି । ନିବେଶକଙ୍କ ପାଇଁ ଅନୁକୂଳ ରହିଛି । ଏକ ବିଂଶ ଶତାବ୍ଦୀରେ ବିଶ୍ୱର ଭବିଷ୍ୟତ ନିର୍ଦ୍ଦାରଣ କରିବାରେ ଶକ୍ତି କ୍ଷେତ୍ରର ବଡ ଭୂମିକା ରହିଛି । ଶକ୍ତି କ୍ଷେତ୍ର ବର୍ତ୍ତମାନ ନୂଆ ନୂଆ ବିକାଶ ହେବା ଦ୍ୱାରା ଆଜି ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସ୍ୱର ହୋଇପାରିଛି । ବିକଶିତ ଦେଶ ଭାବେ ଚାଲୁଥିବା ଭାରତ ପାଖରେ ଅଭୂତପୂର୍ଣ୍ଣ ସମ୍ଭାବନା ରହିଛି ।

You May Also Like

More From Author

+ There are no comments

Add yours