ଅକ୍ସିଜେନ ସପୋର୍ଟରେ ଲଳିତ ମୋଦୀ, ସୋସିଆଲ ମିଡିଆରେ କଲେ ପୋଷ୍ଟ ।

ଶବ୍ଦ ଓଡିଶା ବ୍ୟୁରୋ: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଏବଂ ସୁସ୍ମିତାଙ୍କ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲଳିତ ମୋଦୀ ବର୍ତ୍ତମାନ କୋଭିଡ୍ ଏବଂ ନିମୋନିଆରେ ସଂକ୍ରମିତ ହୋଇଛନ୍ତି । ଲଳିତ ମୋଦୀ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତାଙ୍କ ଅସୁସ୍ଥତା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦୁଃଖକୁ ବୟାନ କରିଛନ୍ତି । ଏହି ପୋଷ୍ଟକୁ ଦେଖିବା ପରେ ୟୁଜର୍ସମାନେ ତାଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି । ଲଳିତ ମୋଦୀଙ୍କ ପୋଷ୍ଟରେ ସୁସ୍ମିତାଙ୍କ ଭାଇ କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।
ଗତବର୍ଷ ଲଳିତ ମୋଦୀ ସୋସିଆଲ ମିଡିଆରେ ସୁସ୍ମିତା ସେନଙ୍କ ସହ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସୁସ୍ମିତା ସେନ ଏବଂ ଲଳିତ ମୋଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ପରଖାଯାଇପାରିବ । ଦୁଇ ଜଣଙ୍କ ସମ୍ପର୍କକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ, ଫଟୋ ଭାଇରାଲ ହେବା ପରେ ସୁସ୍ମିତାଙ୍କୁ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା । ତେବେ ପୁଣିଥରେ ସୋସିଆଲ ମିଡିଆରେ ଲଳିତ ମୋଦୀ ଏହଂ ସୁସ୍ମିତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲଳିତଙ୍କ ଅସୁସ୍ଥତା ପରେ ରାଜୀବ ସେନ ଏହା ଉପରେ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରିଛନ୍ତି ।
ଅସଲରେ ଲଳିତ ମୋଦୀ ଇନଷ୍ଟାଗ୍ରାମର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ହସ୍ପିଟାଲ ବେଡରେ ନଜର ଆସିଥିଲେ । ତାଙ୍କ ଅସୁସ୍ଥତା ଭିତରେ ସେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରହିଛନ୍ତି । ଲଳିତଙ୍କ ଅସୁସ୍ଥତା ଖବର ଆସିବା ପରେ ସମସ୍ତେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ଫ୍ୟାନ୍ସ।
ସୂଚନା ଅନୁସାରେ ଲଳିତ ମୋଦୀ ମେକ୍ସିକୋରେ ଥିଲେ । ଏହି ସମୟରେ ତାଙ୍କୁ ଇନଫେକସନ ହୋଇଥିଲା । ପ୍ରଥମେ ସେ ଜାଣିନଥିଲେ ଯେ ତାଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡିବ । ପରେ ସ୍ଥିତି ବିଗିଡିବାରେ ଲାଗିଥିଲା । ଦୁଇ ଜଣ ଡାକ୍ତର ଏବଂ ତାଙ୍କ ପୁଅ ସହାୟତାରେ ତାଙ୍କୁ ଲଣ୍ଡନ ଅଣାଯାଇଥିଲା । ବର୍ତ୍ତମାନ ସେ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ଅଛନ୍ତି ।

You May Also Like

More From Author

+ There are no comments

Add yours