ଥରାଉଛି ଶୀତ, ଆହୁରି ଦୁଇଦିନ ଶୀତରୁ ନାହିଁ ନିସ୍ତାର

ଶବ୍ଦ ଓଡିଶା ବ୍ୟୁରୋ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ତେବେ ଆସନ୍ତା ଦୁଇ ଦିନ ମଧ୍ୟ ଶୀତରୁ ନିସ୍ତାର ନାହିଁ । ପ୍ରବଳ ଶୀତ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତିନି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସକାଳ ସାଢେ ଆଠଟାରୁ ଆସନ୍ତାକାଲି ସକାଳ ସାଢେ୮ଟା ଯାଏ ଝାରସୁଗୁଡା, ଦେବଗଡ, ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି । ରାଜ୍ୟରେ ଆଜି ଦାରିଙ୍ଗବାଡି, କୋଇଡାରେ ତୁଷାରପାତ ହୋଇଛି ।
ଗତ ଶନିବାର ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡାରେ ରାତି ତାପମାତ୍ରା ସର୍ବନିମ୍ନ ୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି କନ୍ଧମାଳ ଏବଂ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ତୁଷାରପାତ ହୋଇଛି । ବର୍ତ୍ତମାନ ରାଜ୍ୟର ୨୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକର ରାତି ତାପମାତ୍ରା ୧୧.୫ ରେକର୍ଡ ହୋଇଛି ।

You May Also Like

More From Author

+ There are no comments

Add yours